• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଣ୍ଡନ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ପାଇଁ ଭୁବନେଶ୍ୱର ରେ ଦାରୁ ଚିହ୍ନଟ

Proprietor Abhimanyu Maharana by Proprietor Abhimanyu Maharana
November 17, 2020
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
London Jagannath Temple’s Dieties’ Wood located in Bhubaneswar
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର )ଲଣ୍ଡନ :-  ଲଣ୍ଡନ ଠାରେ ଚାରି ଏକର ପରିମିତ ଜମିରେ ଖୂବ ଶୀଘ୍ର ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ଜଣାଯାଇଛି | ୟୁ.କେ. ସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ସୌମ୍ୟ,ସୁନ୍ଦର ଓ ସୁଦୃଶ୍ୟ ମନ୍ଦିର ର ଦୃଷ୍ଟିଭଙ୍ଗୀ, ଉଦ୍ଦେଶ୍ୟ ଏବଂ ପ୍ରସ୍ତୁତିପଥ ସଂପର୍କରେ ନିକଟରେ ଆୟୋଜିତ ଏକ ଆନ୍ତର୍ଜାତିକ ୱେବିନାର ରେ ବିଷଦ ଭାବେ ଚର୍ଚ୍ଚା, ଆଲୋଚନା ହୋଇଯାଇଛି | ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ପ୍ରସିଦ୍ଧ ଚିକିତ୍ସାବିତ ଡ଼ଃ ସହଦେଵ ସ୍ଵାଇଁଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ୱେବ ବୈଠକରେ ଟ୍ରଷ୍ଟ ର ସାଧାରଣ ସମ୍ପାଦକ ଡ଼ଃ ପ୍ରକାଶ ଦେ, ପ୍ରସ୍ତାବିତ ମନ୍ଦିରର ‘ରୋଡ଼ମ୍ୟାପ’ ସଂପର୍କରେ ଏକ ‘ପାୱାର ପଏଣ୍ଟ ପ୍ରେଜେଣ୍ଟେସନ’ ଉପସ୍ଥାପନ କରିଥିଲେ | ଭବିଷ୍ୟତରେ ଏହି ମନ୍ଦିର ସମଗ୍ର ୟୁରୋପ ମହାଦେଶ ରେ ଜଗନ୍ନାଥ ଧର୍ମ ଓ ସଂସ୍କୃତି ର ପ୍ରାଣକେନ୍ଦ୍ର ଭାବେ ଉଦ୍ଭବ ହେବ ବୋଲି ଆଶା କରାଯାଉଛି | କଥିତ ମନ୍ଦିର ର ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତନର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ, ସାଂସ୍କୃତିକ ଭାବ ବିନିମୟ, ସର୍ଵଧର୍ମ ସମନ୍ବୟ ତଥା ସର୍ବ

ଧର୍ମାବଲମ୍ବୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟତା ସ୍ଥାପନ ଏବଂ ଦାତଵ୍ୟସେବା ଉପଲବ୍ଧ ଆଦି ଅନ୍ତର୍ଭୁକ୍ତ ହେବ | ଭବିଷ୍ୟତ ପର୍ଯ୍ୟାୟରେ ମନ୍ଦିର ତରଫରୁ ଓଡ଼ିଆ ସଂପ୍ରଦାୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମାଜିକ ହୀତ ପାଇଁ ଅଭିପ୍ରେତ ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ହାତ କୁ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୁଚାଯାଇଛି | ଓଡ଼ିଶା ସରକାରଙ୍କ ସହାୟତା ରେ ଏଠାରେ ଓଡ଼ିଶା ସଂପର୍କୀୟ ତଥ୍ୟାବଳୀ ଓ ଗବେଷଣାର ବ୍ୟବସ୍ଥା ଥାଇ ପାଠାଗାର, ରାଜ୍ୟର ପାରମ୍ପରିକ ଖାଦ୍ୟ ପରଷୁଥିବା ଭୋଜନାଳୟ, ଅତିଥିଶାଳା, ପ୍ରେକ୍ଷାଳୟ ଆଦି ଭୂତଳ ସୁବିଧା ସୁଯୋଗର ମହଜୁଦି ସହିତ ଏକ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯିବା ମନ୍ଦିରର ବୃହତ୍ତର ଯୋଜନାର ଅଂଶବିଶେଷ ବୋଲି ଜଣାଯାଇଛି | ମନ୍ଦିର ନିର୍ମାଣ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି ଏବଂ ସେ ତାଙ୍କର ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିବା ଅଧ୍ୟକ୍ଷ ଡ଼ଃ ସ୍ୱାଇଁ ଜଣାଇଥିଲେ |

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରେଭେନସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ସଂଜୟ ଶତପଥୀ, ଭୁବନେଶ୍ୱର ସ୍ଥିତ ତାଙ୍କର ସରକାରୀ ବାସଭବନ ରେ ଥିବା ନିମ୍ୱବୃକ୍ଷର ଆଧ୍ୟାତ୍ମିକ ମହିମା ସଂପର୍କରେ ବାଖ୍ୟାନ କରିଥିଲେ | ଭଗବାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ର ଚିହ୍ନ ଥିବା ଏହି ପବିତ୍ର ଦାରୁକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଦି ଚତୁର୍ଦ୍ଧା ଠାକୁରଙ୍କର ପ୍ରତିମୂର୍ତ୍ତି ମାନ ଗଠନ କରାଯିବା ପାଇଁ ଖୋଦନ କରାଯିବାକୁ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ | ଉପସ୍ଥିତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଶ୍ରୀ ଶତପଥୀଙ୍କର ପ୍ରସ୍ତାବକୁ ହାର୍ଦ୍ଧିକ ସ୍ୱାଗତ ଜଣାଇବା ସହିତ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରିଥିଲେ | ଅନ୍ୟତମ ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ, ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଓ ସମର୍ଥନ ପ୍ରଦାନ ର ନିର୍ଭର ପ୍ରତିଶୃତି ଦେଇଥିଲେ |

ବେଙ୍ଗାଲୁରୁ ରୁ ଏହି ୱେବିନାର ରେ ସାମିଲ ହୋଇ, ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା,ଅତୀତରେ ଲଣ୍ଡନରେ ସେ ବସବାସ କରୁଥିବାର ସ୍ମୃତିଚାରଣ କରିବା ସଂଗେସଂଗେ ଏଠାରେ ମହାପ୍ରଭୁଙ୍କର ଅସଂଖ୍ୟ ଭକ୍ତଙ୍କର ଆସ୍ଥା ଓ ଭାବନା କୁ ଦୃଷ୍ଟିରେ ରଖି ମନ୍ଦିର ନିର୍ମାଣର ଅବଶ୍ୟକତା ରହିଥିବା ଉପରେ ଜୋର ଦେଇଥିଲେ | ବିଚାରପତି ଜଗନ୍ନାଥ ପ୍ରସାଦ ଉଦଗାତା ଜଗନ୍ନାଥ ସର୍ବ ବ୍ୟାପୀ ଓ ସଦା ବିଦ୍ୟମାନ ବୋଲି ବର୍ଣନାକରି, ସେ ତାଙ୍କର ଆରୋହଣ ପୀଠ ବନାଇବାର ବାଟ ନିଜେ କଢ଼ାଇନେବେ ବୋଲି ଦର୍ଶାଇଥିଲେ | ମନ୍ଦିର ନିର୍ମାଣ ସଂପର୍କରେ ପରମ ପୂଜନୀୟ ପୁରୀ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏବଂ ଆଧ୍ୟାତ୍ମିକ ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କର ସ୍ୱୀକୃତି ଓ ଆଶୀର୍ବାଦ ରହିଥିବା ଟ୍ରଷ୍ଟି ମାନେ ଉଲ୍ଲେଖ କରିଥିଲେ | ଏହି ୱେବିନାର କୁ ଟ୍ରଷ୍ଟି ସୁକାନ୍ତ ସାହୁ ସୁସଂଯୋଜନା ଓ ସୁଚାରୁ ରୂପେ ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ମଞ୍ଚରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଭକ୍ତ ପଣ୍ଡା, ବିଜୟ ସାହୁ, ଇଂଜିନିୟର ରଶ୍ମୀ ନନ୍ଦ ଓ ଡ଼ଃ ଚେତନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

ଅନ୍ତର୍ଜାତୀୟ ମହିଳା ଦିବସରେ ପୁରୀରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କଲେ – ମୁଖ୍ୟମନ୍ତ୍ରୀ

March 10, 2026
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026
ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

ୱ୍ବାନ ଷ୍ଟପ ସେଣ୍ଟର ଓ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦଘାଟିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version