No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲ। ର ଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହରକୁ ବାଣିଜ ବ୍ୟବସାୟ ସକାଶେ ପ୍ରତ୍ୟହ ନିକଟବର୍ତି ୪୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନ ସାଧାରଣ ଓ ବ୍ୟବସାୟୀ ବେପାର ବଣିଜ କରିବାକୁ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି । ବହୁ ସଂଖ୍ୟକ ଗାଡ଼ି ମୋଟର ଓ ଯାନବାହାନ ପାର୍କି ସକାଶେ ସ୍ଥାନର ଅଭାବ ଯୋଗୁଁ ବହୁ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପୌରାଂଚଳ ପରିବା ବଜାର ନିକଟସ୍ଥ ଅଂଚଳରେ ପ୍ରାୟ ୧୧ ହଜାର ବର୍ଗ ମିଟର ପରିମିତ ଅଂଚଳରେ ମାର୍କେଟ କଂପ୍ଲେକ୍ସ ନିର୍ମାଣ ସକାଣେ ୫କୋଟି ୫୬ଲକ୍ଷ ଟଙ୍କା ବ୍ୟୟବରାଦ କରିବା ସହ ଗତ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ଭିତି ପ୍ରସ୍ତର ସ୍ଥାପନ କରିଥିଲେ ।

ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଗତ ୨୯ ତାରିଖ ଠାରୁ ଜବର ଦଖଲ ଉଛେଦ କରାଯାଇ ନିର୍ମାଣ କାର୍ଯ୍ୟାରମ୍ଭ କରାଯାଇଛି । ସୋମବାର ସନ୍ଧ୍ୟାରେ ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢି, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ.ମନୋରଞ୍ଜନ ସାହୁ, ବିଡ଼ିଏ ଲେ- ଆଉଟ ଡ଼ିଜାଇନର ପ୍ରମୁଖ ସଂପୃକ୍ତ ଅଂଚଳରେ ପଂହଚି ପରିକଳ୍ପନା ଅନୁଯାୟୀ ବିଭିନ୍ନ ଅଂଶର ବିନ୍ୟାସ କରିବା ସହ ସମୀକ୍ଷା କରିଥିଲେ ।
ସଂପୃକ୍ତ ପରିମିତି ଅଂଚଳର ସାଉଥ ବ୍ଳକର ୪ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୪୮ ଟି ପ୍ରକୋଷ୍ଠ ନିର୍ମାଣ ହେବାକୁ ଥିବା ବେଳେ ନର୍ଥ ବ୍ଳକର ୬ ହଜାର ୫ଶହ ବର୍ଗ ମିଟର ଜମିରେ ୪ତାଲା ବିଶିଷ୍ଟ କୋଠା ମୋଟ ୧୧୦ ଟି ପ୍ରକୋଷ୍ଠ ନିର୍ମାଣ ହେବା ପାଇଁ ସ୍ଥିରିକୃତ ହୋଇଛି । ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଠିକାଦାର ସରୋଜ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।(ରିପୋର୍ଟ-ଶୁସାନ୍ତ ପ୍ରଧାନ)
No Result
View All Result