No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଡେଙ୍ଗାଡି ଗ୍ରାମ ନିକଟସ୍ଥ ଏକ ଧାନବିଲ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନାହିଁ ତେବେ ମୃତକଙ୍କ ବିୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଛି । ଏ ନେଇ ହିଞ୍ଜିଳି ଥାନାରେ ୩୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ସୋମବାର ସକାଳେ ହିଞ୍ଜିଳି ଥାନା ଓ ପାଟପୁର ଥାନା ମଧ୍ୟ ଡେଙ୍ଗାଡି ଗ୍ରାମ ଏକ ଧାନ ବିଲ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ବିଲୁଆ, କୁକୁର ଖାଉଥିବା ବେଳେ ଗ୍ରାମର କିଛି ଲୋକ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତଦେହ ପଚିସଢି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବପର ହୋଇପାରିନାହିଁ । ତେବେ ଏହା ଏକ ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସନ୍ଦେହ ଘେରରେ ରହିଛି ।(ରିପୋର୍ଟ- ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result