No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକର ଶାରୀରିକ ଶିକ୍ଷକ ସଂଗଠନ ପକ୍ଷରୁ ରବିବାର ସ୍ଥାନୀୟ ବ୍ଳକର ୨ କ୍ରୀଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ବ୍ଳକ ବୁରୁପୋଡ଼ା ଗ୍ରାମ ପଂଚାୟତ ମା’ ଶ୍ୟାମଳାଇ ମନ୍ଦିର ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ସଂଗଠନର ସଭାପତି ବାଳକୃଷ୍ଣ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଅବସରକାଳୀନ ବୈଠକରେ ବାଳକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଶୋକ କୁମାର ପାଠି ଓ ମକରଝୋଳ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କୌଳାସ ଚନ୍ଦ୍ର ତ୍ରିପାଠୀ ଗତ ମାସରେ ଚାକିରିରୁ ଅବସର ଗ୍ରହଣ କରିଥିବା ୨ କ୍ରୀଡ଼ା ଶିକ୍ଷକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆୟୋଜିତ ବୈଠକରେ ସଂଗଠନର ଉପସଭାପତି ପ୍ରସନ କୁମାର ବିଷୋୟୀ, ସମ୍ପାଦକ ତପନ ପାଣିଗ୍ରାହୀ, ଏନ. ଲୋକନାଥ, ବିଭୁତି ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ବହୁ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିଲେ । (ରିପୋର୍ଟ – ସୁଶାନ୍ତ ପ୍ରଧାନ)
No Result
View All Result