No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ବରଗଡ଼ :- ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ଚଳିତ ବର୍ଷ ପ୍ରେସ କାଉନସିଲ ଦ୍ବାରା ଦିଆଯାଇଥିବା କୋଭିଡ ୧୯ ସମୟରେ ଗଣ ମାଧ୍ୟମର ଭୂମିକା ସମ୍ପର୍କ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ବକ୍ତବ୍ୟରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଲେ ଯେ,କୋଭିଡ ୧୯ ସମୟରେ ଅନେକ ନୂଆ ଉପଲବ୍ଧି ପାଇ ପିରିଥିଲୁ ଏବଂ ତାହାର କିପରି ସାମ୍ନା କରି ସମାଧାନ ମଧ୍ୟ କରାଯାଇପାରିଥିଲା ।

ଏହି ସମୟରେ ଗଣ ମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଯାହାକି ଗତ ମାଧ୍ୟମ ପ୍ରତିନିଧି ମାନେ ଠିକ୍ ଭାବେ ତୁଳାଇ ବାରେ ସଫଳ ହୋଇଥିଲେ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ନୂଆ ଦିଲ୍ଲୀ ସ୍ଥିତ ନ୍ୟାସନାଲ କମ୍ୟୁନିଟି ସେଣ୍ଟର ଫର ପଲୋସି ରିସର୍ଚ୍ଚ ର ସିନିୟର୍ ଫେଲୋ ଡଃ ସୁଜୀତ କୁମାର ପୃଷେଠ ଯୋଗଦେଇ ଉକ୍ତ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।
ଦେଶ ର ଅର୍ଥନୈତିକ, ସାମାଜିକ ଅବସ୍ଥାର ସେହି ସମୟରେ କେମିତି ଗତି କରୁଥିଲା ତାହା ସରକାରଙ୍କ ପାଖରେ ନିମିଷକ ମଧ୍ୟରେ ପହଞ୍ଚି ପାରୁଥିଲା। ଯଦ୍ୱାରା କି ଅନେକ ଧନ ଜୀବନ ବଞ୍ଚିବାର ସହାୟକ ହୋଇପାରିଥିଲା। ଆଲୋଚନା ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଡ଼ାକ୍ତର ସାଧୁ ଚରଣ ଦାସ, ଜିଲ୍ଲା ଏସପି ପଦ୍ମିନୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସଭାରେ ଜିଲ୍ଲା ର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
( ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result