No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ନଭେମ୍ବର ରବିବାର) ଢେଙ୍କାନାଳ :- ଦ୍ଵାପର ଯୁଗରେ କୃଷ୍ଣ ଭଗବାନ ଗିରି ଗୋବର୍ଦ୍ଧନ ଧାରଣ କରି ବ୍ରଜବାସୀ ମାନଙ୍କୁ ଇନ୍ଦ୍ରଙ୍କ କ୍ରୋଧ ମୋହ ରୂପୀ ମେଘ,ବଜ୍ର ଓ ପବନ ଜର୍ଜରରୁ ରକ୍ଷା କରି କୃପା ଲାଭ କରିଥିଲେ। ସେହି ପରିପ୍ରେକ୍ଷୀରେ ଆଜି ଶୁଭ ପବିତ୍ର ଶୁକ୍ଳ ପ୍ରତିପଦା ତିଥିରେ ସହର ଉପକଣ୍ଠ ଗୋବିନ୍ଦପୁର ପଞ୍ଚାୟତ କଣ୍ଟେଇକୋଳିଆ ସ୍ଥିତ କଳ୍ପତରୁ ସେବାଶ୍ରମ ଓ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉ ଗୋଶାଳା ପ୍ରାଙ୍ଗଣରେ ଗିରି ଗୋବର୍ଦ୍ଧନ ପୂଜନଉତ୍ସବ ପାଳିତ ହୋଇଯାଇଛି ।

ଏଥିରେ ବାବା ମୁରାରୀ ଦାସ ପ୍ରଭୁ ଶ୍ରୀ ଗିରି ଗୋବର୍ଦ୍ଧନଙ୍କ ନିମନ୍ତେ ବହୁବିଧ ପ୍ରସ୍ତୁତ ସୁସ୍ବାଦୁ ବ୍ୟଞ୍ଜନ ଭୋଗଲାଗି ଓ ପୂଜାପାଠ କରିବା ସହ କୋଭିଡ୍ ନିୟମ ଅନୁପାଳନ ପୂର୍ବକ ଉତ୍ସବକୁ ପରିଚାଳନା କରିଥିଲେ। ଉତ୍ସବରେ ସଦର ବ୍ଲକ କୋଟପାଳ ଗ୍ରାମର ମା ମଙ୍ଗଳା କୀର୍ତ୍ତନ ମଣ୍ଡଳୀ ଓ ଲକ୍ଷ୍ମୀ ବଜାର ଅଞ୍ଚଳର ଶ୍ରୀ ଶନିଶ୍ଚରାୟ କୀର୍ତ୍ତନ ମଣ୍ଡଳୀ ହରିରାମ ସଂକୀର୍ତ୍ତନ କରିବା ସହ ପ୍ରଭୁ କୃପା ଲାଭ କରିଥିଲେ ଏବଂ ବହୁ ମାନ୍ୟଗଣ୍ୟ ଭକ୍ତଗଣ ଉତ୍ସବରେ ଯୋଗଦାନ କରି କୋଭିଡ୍ କଟକଣାକୁ ମାନି ସାମାଜିକ ଦୂରତା ବଜାୟ ରଖି ପ୍ରଭୁ କୃପା ଲାଭ କରି ପ୍ରସାଦ ସେବନ କରିଥିଲେ। (ରିପୋର୍ଟ୍,ଅମର ରଞ୍ଜନ ଦାସ)
No Result
View All Result