No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ନଭେମ୍ବର ଶନିବାର) କଳାହାଣ୍ଡି : – ଗାଇସିମା ଗ୍ରାମ ରେ ଦିର୍ଘ ଦିନ ହେଲା ନିଜ ସ୍ତ୍ରୀଙ୍କ ସହ ରହି ଆସୁଥିଲେ ମୁରଲିସିଦାର ଲୋକେ ତାଙ୍କୁ ରାଇଗଡିଆ ବୋଲି ଡାକନ୍ତି। ତାଙ୍କ ର ଆଉ କେହି ନାହାନ୍ତି।ଦିର୍ଘ ଦିନ ଧରି ସେ ଅସୁସ୍ଥ ଥିବାରୁ ବରଗଡ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ।ଆଜି ସକାଳୁ ଡାକ୍ତର ତାଙ୍କୁ ମୃତଘୋଷଣା କଲେ।ଗାଇସିମା ଗ୍ରାମ ର ଯୁବ ଗୋଷ୍ଠୀଙ୍କ ଠାରୁ ଖବର ପାଇ ସାହାଯ୍ଯ ର ହାତ ବଢାଇଥିଲା ନିଷ୍ଠାପରିବାର । ଗାଇସିମାଯୁବ ଗୋଷ୍ଠୀ ଏବଂ ନିଷ୍ଠାପରିବାର ର ମିଳିତ ଉଦ୍ୟମ ରେ ଖଣ୍ଡହଥାଶ୍ମଶାନ ଘାଟ ରେ ଶବଦାହ କରାଗଲା ।
ଏହି ଶବଦାହ ରେ ନିଷ୍ଠାର ସଭାପତି ରକ୍ଷପାଲ ସାହୁ,ମଦନମୋହନ ଦାଶ, ସରୋଜ ସାହୁ, ଜୟନ୍ତ ପଧାନ, ବିଦ୍ୟାଧର ଭୋଇ ଏବଂ ଗାଇସିମା ଗ୍ରାମ ର ଧିରେନ ମହାପାତ୍ର, ଡାକ୍ତର ମହାପାତ୍ର, ସଦା ମହାପାତ୍ର, କୃଷ୍ଣ ସାହୁ,କ୍ଷିରୋଦ୍ର ମହାପାତ୍ର, କୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଉତ୍ତମ ସେବାପ୍ରଦାନ କରିବା ସହପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result