No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ଭୁବନେଶ୍ୱର :- ସାହିତ୍ୟ ପତ୍ରିକା ‘ଓଡିଆ ପର୍ବ’ର କାଳୀପୂଜା ବିଶେଷାଙ୍କ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଆଜି ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସ ଭବନ ଠାରେ ଉନ୍ମୋଚିତ ହୋଇଯାଇଛି । ପତ୍ରିକା ଉନ୍ମୋଚନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଓଡିଆ ସାହିତ୍ୟ ଓ ସଂସ୍କୃତିର ଉନ୍ନତି ପାଇଁ ‘ଓଡିଆ ପର୍ବ’ ପରି ସାହିତ୍ୟ ପତ୍ରିକା ସମୂହର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି । ସାହିତ୍ୟର ବିକାଶ ପାଇଁ ଡଃ. ଅଭୟ ନାୟକଙ୍କ ପରି କୃତବିଦ୍ ଲେଖକମାନଙ୍କର ଉଦ୍ୟମ ଭୁଲିବାର ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ଏବଂ ପ୍ରତ୍ରିକା ପ୍ରକାଶନରେ ଯୋଗଦାନ ଦେଇଥିବା ଲେଖକ, ଲେଖିକା ଓ ସମ୍ପାଦନା ମଣ୍ଡଳୀ ସମେତ ସମସ୍ତ ସାହିତ୍ୟ ଅନୁରାଗୀମାନଙ୍କ ସହଯୋଗକୁ ସେ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ବର୍ତମାନ ସମ୍ ଅଲ୍ଟିମେଟ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ ବିଜ୍ଞାନ, କମ୍ପୁଟର ବିଜ୍ଞାନ ପରି ସମସ୍ତେ ଓଡିଆ ସାହିତ୍ୟର ମହତ୍ୱକୁ ବୁଝିବା,ପାଠ କରିବା ଓ ଅନୁରକ୍ତି ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ । ପତ୍ରିକାରେ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିବା ସହିତ ‘ନାଇଜର’ର ସଂପାଦକଡଃ. ଅଭୟ କୁମାର ନାୟକଙ୍କ ଜିଜ୍ଞାସା ଓ ସାମଗ୍ରୀକ ଜୀବନର କଥାପ୍ରକାଶିତ ହୋଇଥିବା ବେଳେ ଏହାର ଉନ୍ମୋଚନ ଅବସରରେ ସେ ଯୋଗଦେଇଥିଲେ ଏବଂ ସାହିତ୍ୟର ସଫଳତା ପାଇଁ ପାଠକମାନେ ସବୁ ଶ୍ରେୟର ଅଧିକାରୀ ବୋଲି କହିଥିଲେ ।
ପତ୍ରିକାର ମୁଖ୍ୟ ସଂପାଦକ ପ୍ରଫେସର ବ୍ରଜେନ୍ଦ୍ର ପ୍ରସାଦ ଦାସ ଯୋଗଦେଇ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ଏକ ଲୟରେ କାର୍ଯ୍ୟ କରିବା, ଭାଷାର ପ୍ରଚାର, ପ୍ରସାର ଓ ନୂଆ ନୂଆ ଲେଖକ ସୃଷ୍ଟି ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସାଂସ୍କୃତିକ କମିଟିର ସଭାପତି ଶ୍ରୀ ପ୍ରବୀର ମହାନ୍ତି ସାହିତ୍ୟ ପତ୍ରିକା ଓଡିଆ ପର୍ବ, ଭାଷା ସଂସ୍କୃତିର ଉନ୍ନତିରେ ନୂତନ ଦିଗ ସୃଷ୍ଟି କରିଛି ବୋଲି କହିଥିଲେ । ପତ୍ରିକାର ସଂପାଦକ ଶ୍ରୀ ସନ୍ତୋଷ କୁମାର ସାହୁ ପତ୍ରିକା ପ୍ରକାଶନ ସଂପର୍କରେ ବିଶଦ୍ ଭାବେ ଆଲୋକ ପାତ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପତ୍ରିକା ସମ୍ପାଦନ କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ଉମା ପ୍ରସାଦ ସାହୁ ଯୋଗଦେଇଥିଲେ । କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ପତ୍ରିକା ଉନ୍ମୋଚନ କାର୍ଯ୍ୟ ସଂପାଦିତ ହୋଇଥିଲା ।
No Result
View All Result