No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ନଭେମ୍ବର ,ଗୁରୁବାର ) ବରଗଡ :- ବରଗଡ଼ରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ଦାବି ନେଇ ଆଗାମୀ ୧୭ ତାରିଖରେ ଆମରଣ ଅନଶନକୁ ଓହ୍ଲାଇବ କୋସଲ ସେନା ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯିବା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି । ଜିଲ୍ଳାରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ନେଇ ଦୀର୍ଘ ଦିନରୁ ଆନ୍ଦୋଳନ ହୋଇଆସୁଥିବା ବେଳେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ହସପିଟାଲ ସ୍ଥାପନ ନେଇ ଘୋଷଣା କରିଥିଲେ । ଘୋଷଣାର ଦୀର୍ଘ ଦିନ ପରେ ମଧ୍ୟ ହସପିଟାଲ ପ୍ରତିଷ୍ଠା ଦିଗରେ ସରକାରଙ୍କ ଆନ୍ତରିକତା ନ ଥିବା ପରିଲକ୍ଷିତ ହେଉଛି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ କୋସଲ ସେନା ତରଫରୁ ଏ ନେଇ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଳାର ସ୍ମାରକପତ୍ର ପ୍ରଦାନ ସହ ଆଗାମୀ ୧୭ ତାରିଖରେ ଆମରଣ ଅନଶନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ କୋସଲ ସେନାର ସଭାପତି ସୁଶାନ୍ତ ମିଶ୍ର, ଆବାହକ ଅବିନାଶ ଚନ୍ଦ୍ର ବିଶି, ସଂପାଦକ ବିରବଲ ମହାକୁର, ଉପସଭାପତି ଅଶୋକ ଛତ୍ତର ପ୍ରମୁଖ ଉପସ୍ଥିତ ଥିଲେ । ( ସତ୍ୟ ନାରାୟଣ ପ୍ରଧାନ ,ବରଗଡ଼ )
No Result
View All Result