No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର )ବରଗଡ଼ :– ବରଗଡ଼ ୫ମ ଜିଲ୍ଲା ପରିଷଦ ର ୮ମ ବୈଠକ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତ ପରିଷଦ ବୈଠକ ରେ ଆଲୋଚିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସେହିପରି ୨୦-୨୧ ଆର୍ଥିକ ବର୍ଷ ପାଇଁ ୧୫ ତମ ସିଏଫସିର ପ୍ରଥମ କିସ୍ତି ବାବଦକୁ ୨,୧୫,୭୩,୨୪୮/- ଏବଂ ୨୦-୨୧ ଆର୍ଥିକ ବର୍ଷ ପାଇଁ ୫ମ ଏସ ଏବଂ ସିର ପ୍ରଥମ କିସ୍ତି ବାବଦକୁ ୧,୭୪,୮୫,୯୮୦/- ପ୍ରାପ୍ତ ହୋଇଥିବା ଏବଂ ଏହାର ବିନିଯୋଗ କରିବାକୁ , ଜିଲ୍ଲା ପରିଷଦ ର ସଭ୍ୟ, ସଭ୍ୟା ମାନଙ୍କ ଠାରୁ ଆସିଥିବା ପ୍ରସ୍ତାବ ଯୋଜନା ର କାର୍ଯ୍ୟକାରୀ କରିବାକୁ ଆଲୋଚନା ହୋଇଥିଲା । ସେହିପରି ବରଗଡ଼ ଜିଲ୍ଲା ରେ ବିଭିନ୍ନ ବିଭାଗ ମାନଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଗୁଡିକ ଉପରେ ଆଲୋଚନା ହୋଇଥିଲା । ସନ୍ତୁଳିତ ପରିବେଶ ପାଇଁ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ପ୍ରାଣୀ ଙ୍କ ର ସହାବସ୍ଥାନ ସମ୍ବନ୍ଧୀୟ କମିଟି ଗଠନ କରାଯାଇଥିଲା ।
ବୈଠକ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କରାଯାଉଥିବା ସରକାରୀ ଯୋଜନା ଯଥା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, କୃଷି,ଯୋଗାଣ ଓ ଖାଉଟି କଲ୍ୟାଣ, ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ ଯୋଗାଣ ଓ ଗ୍ରାମ୍ୟ ପରିମଳ, ବିଦ୍ୟୁତ, ସ୍ବାସ୍ଥ୍ୟ, ଶିକ୍ଷା, ଜଙ୍ଗଲ ଏବଂ ସାମାଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଲୋକ ସଭା ସଦସ୍ୟ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ନାଏକ, ପରିଷଦ ର ଉପ ସଭାପତି ମଦନ ଦୀପ ପ୍ରମୁଖ ଆଲୋଚନା ରେ ଅ°ଶ ଗ୍ରହଣ କରିଥିଲେ । ସଭାରେ ଜିଲ୍ଲାପାଳ ତଥା ପରିଷଦ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ପରିଷଦ ର ନିର୍ବାହୀ ଅଧିକାରୀ କୃତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result