No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର )ବରଗଡ଼ :– ଖରିଫ୍ ଧାନ ବିକ୍ରି ପାଇଁ ଚାଷୀଙ୍କ ଟୋକନ ବ୍ୟବସ୍ଥାରେ କୋହଳ ନୀତି ଅବଲମ୍ବନ କରିବାକୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଚଳିତ ମାସ ୯ ତିରିଖରୁ ଜିଲ୍ଲା ର ୧୮୫ ଟି ମାର୍କେଟ ୟାର୍ଡ ରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜିଲ୍ଲା ର ରେଜିଷ୍ଟ୍ରି ଭୁକ୍ତ ଚାଷୀ ଟୋକନ ମାଧ୍ୟମରେ ଉକ୍ତ ମାର୍କେଟ ୟାର୍ଡ ରେ ଧାନ ବିକ୍ରି କରିବା ବ୍ୟବସ୍ଥା ରହିଛି । ତେବେ ଟୋକନରେ ସମୟ ଧାର୍ଯ୍ୟ,ତାରିଖ ଚାଷୀ ଙ୍କୁ ଅଡ଼ୁଆ ରେ ପକାଇଛି । ସମୟ ଧାର୍ଯ୍ୟ କୁ କୋହଳ କରି ଚାଷୀ ଙ୍କୁ ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ରାଜ୍ୟ ସରକାର ଙ୍କ ଧାନ ସଂଗ୍ରହ ନୀତିରେ ଟୋକନ ବ୍ୟବସ୍ଥା ବିଭ୍ରାଟ କରୁଛି । ଟୋକନ ବ୍ୟବସ୍ଥାରେ ଚାଷୀ ଙ୍କୁ ଏକ ମାସ ମଧ୍ୟରେ ଧାନ ବିକ୍ରି ସମୟ ଧାର୍ଯ୍ୟ ରହିଥିବା ବେଳେ ଧାର୍ଯ୍ୟ ସମୟ ମଧ୍ୟରେ ସଂପୃକ୍ତ ଚାଷୀ ମାନେ ମାର୍କେଟ ୟାର୍ଡ କୁ ଆଣିବା ସମ୍ଭବ ହେଉନାହିଁ । କାରଣ ଆମ ଅଞ୍ଚଳର ଚାଷୀ ମାନଙ୍କ ପାଖରେ ସେମିତି ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ତାଙ୍କ ଅମଳ ଧାନ ଖଳା ରେ ରଖି ଜଗିବା ସମ୍ଭବ ପର ନୁହେଁ । ଧାର୍ଯ୍ୟ ତାରିଖ ଚାଷୀ ଧାନ ମଣ୍ଡି କୁ ଆଣିବା ଆଉ ଏକ କଷ୍ଟକର ବ୍ୟାପାର ହୋଇପଡିଛି । ଟୋକର ବ୍ୟବସ୍ଥା ରେ କୋହଳ ନୀତି ଅବଲମ୍ବନ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରତିନିଧି ଦଳ ରେ ଯୁଗଲ ସିଂ, ଅଶୋକ ଦାଶ,ନିପନ ଦାଶ, ଦିଲ୍ଲୀପ କୁମାର ପଣ୍ଡା,ପାଣ୍ଡବ କର୍ଣ୍ଣ, ଦାଶରଥି ବେହେରା, ଜ୍ୟୋତି ରଞ୍ଜନ ପୂଜାରୀ, ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ( ସତ୍ୟ ନାରାୟଣ ପ୍ରଧାନ , ବରଗଡ଼ )
No Result
View All Result