No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ବୁଧବାର )ଢେଙ୍କାନାଳ :– ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ଗତ କିଛି ବର୍ଷ ତଳେ ଓଡ଼ିଶାର ଏକ ନମ୍ବର ପୌରାଞ୍ଚଳ ଭାବେ ପୁରସ୍କୃତ ହୋଇଥିବା ବେଳେ ପ୍ରାୟତଃ ଠିକ୍ ସେତିକିବେଳେ ଏହି ଏକ ନମ୍ବର ପୌରାଞ୍ଚଳରେ ସରକାରଙ୍କର ସ୍ବଚ୍ଛ ଭାରତ ଯୋଜନାରେ ଜାଲିଆତି ହୋଇଥିବା ସାମ୍ନାକୁ ଆସିଛି । ଜାଲିଆତି କରି ଚଳୁ କରିନେଇଛନ୍ତି ହିତାଧିକାରୀଙ୍କ ପାଇଖାନା ଟଙ୍କା । ବିଭିନ୍ନ ବ୍ୟାଙ୍କରେ ଖୋଜି ବୁଲୁଛନ୍ତି ଢେଙ୍କାନାଳ ଏକ ନମ୍ବର ୱାର୍ଡର ହିତାଧିକାରୀ ସାବିତ୍ରୀ ମହାରଣା । ସୂଚନା ମୁତାବକ, ସରକାରଙ୍କର ସ୍ବଚ୍ଛ ଭାରତ ଯୋଜନାରେ ଉପକୃତ ହେବା ନିମନ୍ତେ ଢେଙ୍କାନାଳ ପୌରାଞ୍ଚଳ ଏକ ନମ୍ବର ୱାର୍ଡ ଅନ୍ତର୍ଗତ କାଠଗଡା ପର୍ବତିଆ ସାହିର ସାବିତ୍ରୀ ମହାରଣା, ସ୍ଵାମୀ- ପିଣ୍ଟୁ ମହାରଣା ନିଜ ହାତରୁ ଖର୍ଚ୍ଚ କରି ପାଇଖାନା ଟିଏ ତିଆରି କରିଥିଲେ ଏବଂ ପରେପରେ ପୌର କାର୍ଯ୍ୟାଳୟରେ ନିଜର ବ୍ୟାଙ୍କ ପାସବୁକ୍, ପରିଚୟ ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ଦେବା ସହ ଏ ପାଇଖାନା ବିଷୟରେ ସବିଶେଷ ଜଣାଇଥିଲେ । ଏହାର କିଛି ମାସ ପରେ ସ୍ଥାନୀୟ ଯୁବ ସମାଜସେବୀ ବିଭୁତି ଷେଣ୍ଢଙ୍କ ସହ କିଛି ପୌର କର୍ମଚାରୀ
ହିତାଧିକାରୀ ସାବିତ୍ରୀ ମହାରଣାଙ୍କ ଘରକୁ ଆସି ତାଙ୍କ ବାଡ଼ିରେ ନୂଆ ନିର୍ମାଣ ହୋଇଥିବା ପାଇଖାନା କାନ୍ଥରେ ଏକ ସରକାରୀ ନମ୍ବର ଲେଖି ଫଟୋ ଉଠାଇ ଚାଲି ଯାଇଥିଲେ ଏବଂ ଗଲାବେଳେ କହିଗଲେ ଯଥାଶୀଘ୍ର ତୁମେ ଦେଇଥିବା ତୁମର ସିଣ୍ଡିକେଟ ବ୍ୟାଙ୍କ ଆକାଉଣ୍ଟକୁ ପାଇଖାନା ପ୍ରାପ୍ୟ ପଳେଇବ । ଏହାରି ଭିତରେ ଦୁଇ ଦୁଇ ଥର ପୌର ଅଫିସ୍ ଯାଇ ନିରାଶ ହୋଇ ଫେରିଲେ ହିତାଧିକାରୀ । କେବଳ ସାନ୍ତ୍ଵନା ମିଳିଲା, ଟଙ୍କା ଆସିନି, ଆସିଲେ ମିଳିବ। କିନ୍ତୁ ଏବେ ଜାଣିବାକୁ ପାଇଲେ, ପାଇଖାନା ଟଙ୍କା ଆଉ ନାହିଁ । ଜାଲିଆତି କରି ୮/୧୦/୨୦୧୮ ରିଖରେ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଚଳୁ ହୋଇଯାଇଛି ଆଠ ହଜାର ଟଙ୍କା । ଏ ବିଷୟରେ ପୌର କର୍ମଚାରୀଙ୍କୁ ଜଣାଇବାରୁ ଉକ୍ତ ଅଫିସରେ ବର୍ତ୍ତମାନ କାର୍ଯ୍ୟରତ ଦେବେନ୍ଦ୍ର ନାମକ କର୍ମଚାରୀ ଧରେଇ ଦେଇଛନ୍ତି ପାଇଖାନା ଟଙ୍କା ଜାଲିଆତି ହୋଇ ଯାଇଥିବା ବ୍ୟାଙ୍କର ହାତଲେଖା ଆଇଏଫସି କୋଡ୍ ନମ୍ବର-UTB10DHIJ33/6968 , ପୌର କର୍ମଚାରୀ ଦେବେନ୍ଦ୍ରଙ୍କ ହାତ ଲେଖାକୁ ଧରି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଟଙ୍କା ପାଇବା ଆଶାରେ ଢେଙ୍କାନାଳର ବିଭିନ୍ନ ବ୍ୟାଙ୍କରେ ଖୋଜି ବୁଲୁଛନ୍ତି ହିତାଧିକାରୀ ସାବିତ୍ରୀ ମହାରଣା ଏବଂ ଜାଣିବାକୁ ଚାହୁଁଛନ୍ତି ମୋ ପାଇଖାନା ଟଙ୍କା ଚଳୁ ହୋଇଥିବା ଆକାଉଣ୍ଟର ଠିକଣା । (ରିପୋର୍ଟ – ଅମର ରଞ୍ଜନ ଦାସ)
No Result
View All Result