ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 15.1.2020 :- ରଣପୁର ସଡକରେ ଯିବା ଆସିବା କରୁଥିବା ସାମାନ୍ୟ ଅସାବଧାନତା କୁ ଆଖି ଆଗରେ ରଖି ଆଜି ରଣପୁର ଥାନା ପକ୍ଷରୁ ରଣପୁର ରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଛି । ମଧ୍ୟାହ୍ନରେ ସ୍ଥାନୀୟ ସ୍ୱପ୍ନେଶ୍ୱର ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା ସମ୍ମୁଖରେ ପହଚିଂଥିଲା । ବାଟରେ ପୁଲିସ ତରଫରୁ ସଡକ ସୁରକ୍ଷା ଉପରେ ଲୋକ ମାନଙ୍କୁ ସଚେତନ କରାଯାଇଥିଲା ।
ଥାନା ସମ୍ମୁଖରେ ଏକ ସଚେତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁରକ୍ଷା କାର୍ଯ୍ୟକ୍ରମ ନୟାଗଡର” ହିରୋ ସୋ ରୁମ “ପକ୍ଷରୁ ପାଳିତ ହୋଇଛି ଏହି ସୁରକ୍ଷା କାର୍ଯ୍ୟକ୍ରମ ନୟାଗଡର ଭଗବତୀ ମଟର ” ହିରୋ ସୋ ରୁମ “ପକ୍ଷରୁ ପାଳିତ ହୋଇଛି ଏଥିରେ ହିରୋ ସୋ ରୁମ୍ ର ମାନେଜିଂଗ୍ ଡାଇରେକ୍ଟର ରବୀନ୍ଦ୍ର କୁମାର ସାହୁ ,ନୟାଗଡ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ , ରଣପୁର ଥାନା ଆଇଆଇସି ରଶ୍ମିରଞନ ଦାସ , ରଣପୁର ମେଡିକାଲ ଅଫିସର ବୈଦ୍ୟନାଥ ନନ୍ଦ , ବରିଷ୍ଠ ଆଇନିଜିବୀ ଦିଲ୍ଲିପ ନନ୍ଦ ଓ ପୃତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଯୋଗଦେଇ ସଡକ ସୁରକ୍ଷା ଉପରେ ,ରାସ୍ତା ରେ ଚାଲିବା ହେଉ କି ଗାଡି ଚଳାଇବା ସତର୍କତା ଅବଲମ୍ବନ କରି ରାସ୍ତା ରେ ଗାଡ଼ି ଚଳାଚଳ ପାଇଁ ଥିବା ଶୃଙ୍ଖଳିତ ଆଇନ କୁ ମାନିବା ନିତ୍ୟାନ୍ତ ଉପଯୋଗ୍ୟ ଏହି ବିଷୟ ରେ ସବିଶେଷ ଆଲୋଚନା କରିବା ସହ ଆଜିର ପିଲା ମାନେ କାଲି ର ନାଗରିକ ତେଣୁ ଆମ ଦେଶ ରେ ପ୍ରଚଳିତ ସଡକ ର ନିୟମ ବିଷୟ ରେ ଜାଣିବା ଦରକାର ତା ସହିତ ପ୍ରତ୍ୟକ ନାଗରିକ , ପିଲା ସଡ଼କ ରେ ଯିବା ଆସିବା ବେଳେ ସଚେତନତା ଉପରେ ଗୁରୁତ୍ୱ ଦେବା ନିତ୍ୟନ୍ତ ଆବଶ୍ୟକ ଏହି ବିଷୟ ରେ ସ୍କୁଲ ପିଲା ମାନଙ୍କୁ ନେଇ ସଡ଼କ ର ସୁରକ୍ଷା ବ୍ୟବସ୍ଥା ଆଇନ ବିଷୟ ରେ ଅବଗତ କରାଇ ପିଲା ମାନଙ୍କୁ ସଡ଼କ ସୁରକ୍ଷା ର ସାଧାରଣ ଜ୍ଞାନ ପରୀକ୍ଷା କରାଇ ପୁରସ୍କୃତ କରାଯାଇଥିଲା ।
ଆଇ.ଆଇସି ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ଙ୍କ ନେତୃତ୍ୱ ରେ ଏହି ସଡ଼କ ସୁରକ୍ଷା ର କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇ ଯାଇଅଛି । ରାସ୍ତା ରେ ଗାଡି ଚଳାଇବା ଏବଂ ଯାତାୟତ କରିବା ପାଇଁ ଆମ ଦେଶ ରେ ଅତି ସୁନ୍ଦର ନିୟମ ପ୍ରଣୟନ କରାଯାଇଛି ।
ସେ ସବୁ ଆଇନ କୁ ଶୃଙ୍ଖଳିତ ଭାବେ ପାଳନ କରି ଗାଡି ଚଳାଇବା ଆମ୍ଭ ମାନଙ୍କ ର କର୍ତ୍ତବ୍ୟ । ଆମେ ସମସ୍ତେ ସଚେତନ ଓ ସତର୍କ ହୋଇ ଗାଡି ଚଳାଇଲେ ଆମ ଦେଶ ର ମଙ୍ଗଳ ସାଧିତ ହେବ ଏହା କହି ପ୍ରତ୍ୟକ ପିଲା ମାନଙ୍କ ମନରେ ପ୍ରେରଣା ଯୋଗାଇଛନ୍ତି ରଶ୍ମି ରଂଜନ । ରଣପୁର ର ହିରୋ ସୋ ରୁମ୍ ର ସହଯୋଗ ଓ ସ୍ୱପ୍ନେସ୍ୱର କୋଚିଂ ସେଣ୍ଟର ର ପିଲା ମାନଙ୍କ ଉପସ୍ଥିତରେ ରୋଡ଼ ସପ୍ତାହ ସୁରୁଖୁରୁ ରେ ପାଳିତ ହୋଇଯାଇଛି ।ରିପୋର୍ଟ – ସୋନାଲି