No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ମଙ୍ଗଳବାର )ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ମଧ୍ୟରୁ ନାନ୍ଦୀଆମ୍ମା ଓ ଗୌରୀଆମ୍ମା ଯାତ୍ରା ଏକ ନିଆରା ଓ ସ୍ୱତନ୍ତ୍ର ପର୍ବା ଶିବ ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହେବା ସହ ଭଲଫସଲ ଆଦାୟ ହୁଏ ବୋଲି ବିଶ୍ବାସ ରହିଛି । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମରେ ପ୍ରତି ବର୍ଷଭଳି ଏହି ବର୍ଷ ମଧ୍ୟ ତେଲଗୁ ସମ୍ପ୍ରଦାୟ ଲୋକଙ୍କ ଇଷ୍ଟଦେବ ନନ୍ଦୀ ଆମ୍ମା ଯାତ୍ରା ପାଇଁ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଏଲମା ସାହିକୁ ପାଛୋଟି ଅଣା ଯାଇଥିଲା l ଏହି ଯାତ୍ରା ମଧ୍ୟ ୧୧ଦିନ ଧରି ପାଳିତ ହୋଇଯାଇଛି ।
ଏହି ଯାତ୍ରାର ଅନ୍ତିମ ଦିବସରେ ଜନସମାଗମ ହେଲେ କରୋନା ମହାମାରୀ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଗୌରୀଆମ୍ମା ଓ ଶିବ ପାର୍ବତୀଙ୍କ ବିଭିନ୍ନ ସାହି ପରିକ୍ରମା ନ କରିବା ପାଇଁ ବାରଣ କରିଥିଲେ । ଶେଷରେ ପୋଖରୀରେ ମୂର୍ତ୍ତି ବିସର୍ଜନ କରିଦିଅନ୍ତି । କରୋନା କଟକଣା ହେତୁ ସମସ୍ତ ପ୍ରକାର ନୀତି ସଂକ୍ଷିପ୍ତ ଭାବେ ସମାପନ କରାଯାଉଥିବା ସୁଚନା ମିଳୁଛି । ଏହି ଯାତ୍ରାକୁ ଗ୍ରାମ୍ୟ ଉନ୍ନୟନ କମିଟି ଓ ସ୍ଥାନୀୟ ସରପଞ୍ଚ, ହିଞ୍ଜିଳି ପୋଲିସ ପରିଚାଳନା କରିଥିଲେ ।( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result