No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ନଭେମ୍ବର ମଙ୍ଗଳବାର ) ଓଡ଼ଗାଁ : – ମହାମାରୀ “କରୋନା” ପ୍ରଭାବରେ ସାରାଦେଶ ପ୍ରଭାବିତ ହୋଇଥିବାବେଳେ ଏବେ ସରକାରଙ୍କ ତରଫରୁ ସବୁଠି ଚାଲିଛି ସଚେତନ କାର୍ଯ୍ୟକ୍ରମ । ଆଜି କୁରାଳ ମଧ୍ୟ ଭାଗରେ ବିରାଜମାନ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ନିକଟ ରୁ “କରୋନା” ସଚେତନତା ରାଲି ବାହାରି ନାଥିଆପଲ୍ଲୀ,ତୋଟାସାହି ସମେତ କୁରାଳର ସମସ୍ତ ସାହି ଗୁଡିକ ପରିକ୍ରମା କରାଯାଇଥିଲା ।ହାତରେ ବିଭିର୍ଣ୍ଣ ପ୍ରକାର ପ୍ଲାକାର୍ଡ ଧରି,ସ୍ଲୋଗାନ ଦେଇ ଆଶା କର୍ମୀ,ଅଙ୍ଗନବାଡି କର୍ମୀ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା ।
ନିୟମିତ ହାତ ଧୋଇବା,ମାକ୍ସ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସୂଚନା ଦିଆଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ଉଦଘାଟନ କରିଥିବାବେଳେ ସ୍ବାସ୍ଥ୍ୟ କର୍ମୀ ସନ୍ଧ୍ୟାରାଣୀ ସାମଲ ,ଅଙ୍ଗନବାଡି ସୁପରଭାଇଜର ମଞ୍ଜୁଲତା ସାହୁ ସହଯୋଗ କରିଥିଲେ ।ଏଇ ସଚେତନତା କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସରପଞ୍ଚ ଝିଲ୍ଲୀ ପ୍ରଧାନ ପ୍ରଶଂସା କରିଥିଲେ । ମହାମାରୀ “କରୋନା” ଇଞ୍ଜେକ୍ସନ ଆସିବା ପର୍ଯ୍ୟନ୍ତ ଆମେ ସଜାଗ ରହିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ ମଧ୍ୟ କରିଥିଲେ । ସେଇଭଳି ଏହି ପଞ୍ଚାୟତର ଲିଙ୍ଗରାଜ ପ୍ରସାଦରେ ମଧ୍ୟ ଯୁବଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀଙ୍କ ସହଯୋଗରେ ଆଜି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ( ରିପୋର୍ଟ – ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ )
No Result
View All Result