କଟକ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଦଧିଚି କଲେଜ ଅଫ୍ ଫାର୍ମାସି, କଟକ ପକ୍ଷରୁ ନୂତନ B.Pharm ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି “AI in Pharmacy Education: Transforming Learning, Research, and Professional Competence” ଶୀର୍ଷକ ଏକ ଦିନିଆ କର୍ମଶାଳା ଦି ଇନଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ଓଡ଼ିଶା ରାଜ୍ୟ କେନ୍ଦ୍ର, ଭୁବନେଶ୍ୱରଠାରେ ଆୟୋଜିତ ହୋଇ ଯାଇଛି l ଏହି ଅବସରରେ ଦଧିଚି କଲେଜ ଅଫ୍ ଫାର୍ମାସିର ଅଧ୍ୟକ୍ଷ ଡ଼. ରଜତ କୁମାର କର ସ୍ୱାଗତ ଭାଷଣ ପ୍ରଦାନ କରି AI ର ଆବଶ୍ୟକତାକୁ ଆଲୋକପାତ କରିଥିଲେ l

ସେ କହିଥିଲେ ନୂତନ ଶିକ୍ଷାନୀତି ଅନୁସାରେ ପରିବର୍ତିତ ପାଠ୍ୟକ୍ରମ ପାଇଁ ଅଧ୍ୟାପକ ମାନଙ୍କୁ ଏହା ଉପରେ ବିଶେଷ ଜ୍ଞାନର ଆବଶ୍ଯକ ରହିଛି l Dadhichi ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡ଼. ମନୋଜ କୁମାର ଦାଶ ସମସ୍ତ ଉପସ୍ଥିତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ନୂତନ ପିଢି ପାଇଁ ଏହି କର୍ମଶାଳା ଯଥେଷ୍ଟ ଉପାଦେୟ ହେବବୋଲି କହିଥିଲେ , ଉକ୍ତ କାର୍ଯ୍ୟକ୍ରମରେ IIT ଭୁବନେଶ୍ବର ଦ୍ଵାରା ସମର୍ଥିତ NextLiftAI, ଭୁବନେଶ୍ୱରର CEO ଶ୍ରୀ ସବିତ୍ର ପଣ୍ଡା AI ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ l
ପ୍ରଥମ ଅଧିବେଶନରେ ଶ୍ରୀ ପଣ୍ଡା ଫାର୍ମାସି ଶିକ୍ଷା, ଗବେଷଣା, ଔଷଧ ଆବିଷ୍କାର, ସ୍ୱାସ୍ଥ୍ୟସେବା ଏବଂ ବୃତ୍ତିଗତ ଦକ୍ଷତା ବିକାଶରେ AIର ବ୍ୟାପକ ପ୍ରୟୋଗ ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅପରାହ୍ଣ ଅଧିବେଶନରେ AI ଆଧାରିତ ବିଭିନ୍ନ ଟୁଲ୍ର ବ୍ୟବହାର ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ ଦିଆଯାଇଥିଲା, ଯାହା ଶିକ୍ଷାଦାନ, ଗବେଷଣା, ବୈଜ୍ଞାନିକ ଲେଖନ, ତଥ୍ୟ ବିଶ୍ଳେଷଣ ଓ ଫାର୍ମାସି ବୃତ୍ତିରେ ଉପଯୋଗୀ ବୋଲି ସେ ମତ ପ୍ରକାଶ କରିଥିଲେ ।
ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଫାର୍ମାସି ମହାବିଦ୍ୟାଳୟର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ଉଦ୍ଯାପନୀ ସଭାରେ ସମ୍ବଳ ବ୍ୟକ୍ତି ଶ୍ରୀ ସବିତ୍ର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଡ଼. ସନ୍ତୋଷ କୁମାର ପଣ୍ଡା, ପ୍ରଶାନ୍ତ କୁମାର ବିଶ୍ଵାଳ, ବିଶ୍ଵଜିତ ମହାପାତ୍ର, ଅଭିନନ୍ଦନ ଶତପଥୀ, ତପସ୍ୱିନୀ ବେହେରା, ଶୀଳ୍ପି ମଣ୍ଡଳ ପ୍ରଭୁତି ପରିଚାଳନା କରିଥିଲେ l














