ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର :- ରଣପୁର ବାଲୁଙ୍କେଶ୍ୱର ସାହିସ୍ଥ ଶ୍ରୀ ଶ୍ରୀ ଦଣ୍ଡା ବାଲୁଙ୍କେଶ୍ୱର ଦେବ ଙ୍କ ପରିସର ମଧ୍ୟରେ କମିଟି ର ସଦସ୍ୟ ମାନଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରବି ନାରାୟଣ ମହାପାତ୍ର ଙ୍କ ଉପସ୍ଥିତିରେ ମକର ମହୋତ୍ସବ – ୨୦୨୦ ଆଜି ଠାରୁ ଆରମ୍ଭ ହୋଇ ଯାଇଅଛି ।
ପରିଚାଳନା ସମିତି ର ସଭାପତି ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର ସଭାପତିତ୍ୱରେ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଶ୍ୱାଳ , ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଓ କୋଷାଧକ୍ଷ ଶ୍ରୀଯୁକ୍ତ ବିରଂଚି ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ଜାନୁଆରୀ ତା – ୧୫.୦୧.୨୦୨୦ ପବିତ୍ର ମକର ସଂକ୍ରାନ୍ତି ରେ ବାବା ବାଲୁଙ୍କେଶ୍ୱର ଦେବ ଙ୍କ ପଡିଆ ରେ ମକର ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବଧି ବାଲୁଙ୍କେଶ୍ୱର ଙ୍କ ଠାରୁ ଏକ ଶୋଭା ଯାତ୍ରା ଆଜି ୧୧ ଟାରେ ବାହାରି ମହୋତ୍ସବ ସ୍ଥାନକୁ ଆସିଥିଲା। ନାମ ସଂକୀର୍ତ୍ତନ , ପ୍ରବଚନ , ଜଳାଭିଷେକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ୧୯୫୪ ମସିହାରୁ ବନ୍ଦ ହୋଇଯାଇଥିବାବେଳେ ଚଳିତ ବର୍ଷ ଏଠାରେ ପୁନଃ ମକର ପର୍ବ ଆରମ୍ଭ ହୋଇଛି ।
ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସଂନ୍ଧ୍ୟାରେ ଭୁବନେଶ୍ୱର ରୁ ଆସିଥିବା ଏକ ଟିମ, ନୟାଗଡ଼ ରୁ ରକ୍ ଷ୍ଟାର ଡ୍ୟାନ୍ସ ଏକାଡେମୀ ରୁ ଆସିଥିବା ନୃତ୍ୟଶିଳ୍ପୀ ମାନେ ନୃତ୍ୟ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ବିମୋହିତ କରି ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।
ଆଜି ଭଳି ଏକ ପବିତ୍ର ମକର ସଂକ୍ରାନ୍ତି ଦିନ ରେ ଏହି ମକର ଉତ୍ସବ ର ଶୁଭାରମ୍ଭ କରାଯାଇ ଆସନ୍ତା ବର୍ଷ ପାଈଁ ଏକ ଅବିସ୍ମରଣୀୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିବ ବୋଲି ଆଶା କରାଯାଉଛି । ରିପୋର୍ଟ – ସୋନାଲି