No Result
View All Result
ଓଡିଶା ତାଜା ନ୍ୟୁଜ୍ (୯ନଭେମ୍ବର ,ସୋମବାର ) ଭୁବନେଶ୍ୱର :- କୋଭିଡ଼୍ କଟକଣା ପରେ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଂଟାଇ ପାରୁନାହଁନ୍ତି ଷ୍ଟାମ୍ପ ଭେଣ୍ଡର । ଏଥି ପାଇଁ ଷ୍ଟାମ୍ପ ଭେଣ୍ଡରଙ୍କୁ ଇ-ଷ୍ଟାମ୍ପ୍ରେ ସାମିଲ ପାଇଁ ଦାବି ହୋଇଛି । ପ୍ରକାଶ ଥାଉକି, ଜମି କିଣା ବିକା, ବିଭିନ୍ନ ଚୂକ୍ତି, ଶପଥପାଠ ଆଦି କାର୍ଯ୍ୟରେ ଷ୍ଟାମ୍ପ ପେପର ବିକ୍ରି ହୁଏ । ରାଜ୍ୟରେ ୪ହଜାରରୁ ଉର୍ଦ୍ଧ ଷ୍ଟାମ୍ପ ଭେଣ୍ଡର ରହିଥିବା ବେଳେ ଏହି ଷ୍ଟାମ୍ପ ବିକ୍ରି ଦ୍ୱାରା ସେମାନଙ୍କ ୨୦ହଜାର ପରିବାର ସଦସ୍ୟ ଗୁଜୁରାଣ କରନ୍ତିି । ଏବେ ଲକ୍ ଡାଉନ୍ ପରେ ଷ୍ଟାମ୍ପ ପେପର ବିକ୍ରି ମରୂଡ଼ି ହୋଇଛି । ହାତ ଗଣତି ଇ-ଷ୍ଟାମ୍ପ ବିକ୍ରେତାଙ୍କ ଯୋଗୁଁ କାଗଜ ଷ୍ଟାମ୍ପ ପୂର୍ବ ପରି ବିକ୍ରି ହେଉନାହିଁ । ଏବେ ଲୋକମାନେ ସାଧା କାଗଜରେ ଘରେ ଦଲିଲ୍ ପ୍ରସ୍ତୁତ କରିି ଇ-ଷ୍ଟାମ୍ପ କରିବାଫଳରେ ଭେଣ୍ଡରମାନେ ହାତବାନ୍ଧି ବସିଛନ୍ତି ।
ତେବେ ଏହାର ସମାଧାନ ପାଇଁ ଆଇ.ଜି.ଆର୍ ଗତ ସେପ୍ଟେମ୍ବର ୧୫ତାରିଖରେ ଚିଠି ନଂ ୩୨୧୮ରେ ଭେଣ୍ଡରମାନଙ୍କୁ ଇ-ଷ୍ଟାମ୍ପରେ ସାମିଲ୍ କରି ଶତକଡ଼ା ୧ ରୁ ୧.୫ କମିସନ୍ ଦେବାକୁ ରାଜସ୍ୱ ବିଭାଗକୁ ଏକ ପତ୍ର ମାଧ୍ୟମରେ ଜଣାଇଥଇଲେ । କିନ୍ତୁ ୫୦ଦିନ ବିତିଯାଇଥିଲେ ମଧ୍ୟ ଫାଇଲଟି ରାଜସ୍ୱ ବିଭାଗରେ ପଡ଼ିରହିଅଛି । ତେଣୁ ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚିବ ଓ ୫ଟି ସଚିବ ହସ୍ତକ୍ଷପ କରିବାକୁ ଓଡ଼ିଶା ଷ୍ଟାମ୍ପ ଭେଣ୍ଡରଙ୍କୁ ମହାସଂଘର ପୂର୍ବତନ ସଂପାଦକ ବେଣୁଧର ମିଶ୍ର ଓ ଭୁବନେଶ୍ୱର ସଂଘର ପୂର୍ବତନ ସଂପାଦକ ବିନୋଦ କୁମାର ରାଉତ ସରକାରଙ୍କ ପାଖରେ ଦାବି କରିଛନ୍ତି ।
No Result
View All Result