ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ବହୁ ଲୋକେ ମୃତ୍ୟୁ ବରଣ କରିଥିବା ବେଳେ ଅଧିକାଂଶ ସଂକ୍ରମିତ ହେବା ସହ ସୁସ୍ଥ ହୋଇ ଫେରିଛନ୍ତି । ସରକାର ଓ ପ୍ରଶାସନର ଉଚିତ ମୁକାବିଲା ଯୋଗୁଁ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି । ଗତ କିଛି ଦିନ ପରେ ପୁଣି ଥରେ କିଛି ଅମାନିଆଙ୍କ ଯୋଗୁଁ କରୋନା ପୁଣିଥରେ ଲେଉଟୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ପ୍ରଦାନ ସକାଶେ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କିଛି ଅମାନିଆ ମାନିବାକୁ ନାରାଜ । କୁମାର ପୁର୍ଣ୍ଣିମା ଅବସରରେ
ସ୍ଥାନୀୟ ବ୍ଳକ ମକରଝୋଳ ଗ୍ରାମରକିଛି କଳାକାରଙ୍କ ଦ୍ୱରା ପୌରାଣିକ ନାଟକ ମାଧ୍ୟମରେ କରୋନା ସଚେତନ କରାଯାଇଥିଲା । ନାଟକରେ ଯମରାଜା ଭୂମିକାରେ କୈବଲ୍ୟ କିଶୋର ବାଡ଼ତ୍ୟା ଓ ଚିତ୍ରଗୁପ୍ତ ଭୂମିକାରେ ଡ଼ି. ସୁଦର୍ଶନ ନିଖୁଣ ଅଭିନୟ କରି ଜନସଚେତନ ସୃଷ୍ଟି କରିଥିଲେ । ପରେ କଳାକାର ମାନେ ହୌାତରେ ପ୍ଳା-କାର୍ଡ଼ ଧରି କରୋନା ସଚେତନତା ସ୍ଳେଗାନ ନେଇ ଗ୍ରାମ ପରିକ୍ରମା କରିବା ସହ ସଚେତନତା ସୃଷ୍ଟି କରିଥିଲେ । କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ ନାଟକରେ ସନ୍ତୋଷ ସାହୁ, ଆଶୁତୋଷ, ଜଗନ ସାହୁ ପ୍ରମୁଖ ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଦିନବନ୍ଧୁ ସାହୁ, ମହେନ୍ଦ୍ର ସାହୁ, ପ୍ରଜ୍ଞା ବାଡ଼ତ୍ୟା, କୃଷ୍ଣ ବାଡ଼ତ୍ୟା, ପ୍ରମୋଦ ସାହୁ, ପବିତ୍ର ବାଡ଼ତ୍ୟା, ଶ୍ରୀତମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳାକାର ମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଭୂୟସୀ ପ୍ରଂଶସା କରିଛନ୍ତି । (ରିପୋର୍ଟ – ଶୁସାନ୍ତ ପ୍ରଧାନ)