
ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) କଟକ :- ଓଡ଼ିଶା ପତ୍ରକାର ସଂଘ କଟକ ଜିଲ୍ଲା ଶାଖା ପକ୍ଷରୁ ରବିବାର ଦିନ କଟକ ସ୍ଥିତ ସର୍କିଟ ହାଉସ କନଫରେନ୍ବସ ହଲେରେ ବନ୍ଧୁ ମିଳନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ , ସଂଘର ଉପସଭାପତି ସୁରେଶ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ପତ୍ରକାର ସଂଘର ପ୍ରତିଷ୍ଠାତା ସଭାପତି ବୟଜ୍ୟେଷ୍ଠ ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ , ରାଜ୍ୟ ସଭାପତି ଅଭିନାସ ମିଶ୍ର , ସଂପାଦକ ହରପ୍ରସାଦ ଦାସ ,ଉପଦେଷ୍ଟା ଚିତ୍ତ ମିଶ୍ର , ପ୍ରମୁଖ ଯୋଗ ଦେଇ କରୋନାର ନିରାକରଣ କିପରି କରାଯାଇ ପାରିବ , ସେଦିଗରେ ସାମ୍ବାଦିକ ମାନେ ଜନସାଧାରଣଙ୍କୁ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ ।

କରୋନା ସମୟରେ ଖବର ସଂଗ୍ରହ କରୁଥିବା , ସାମ୍ବାକ ମାନଙ୍କୁ କରୋନା ଯୋଦ୍ଧା ଭାବେ ରାଜ୍ୟ ସରକାର ବିବେଚନା କରିବା ସହିତ, ମୃତ ସାମ୍ବାଦିକ ମାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ୍ୟ ଟଙ୍କାର ଅର୍ଥ ରାଶି ସେମାନଙ୍କ ପରିବାରକୁ ଯୋଗାଇ ଦେଉଥିବା ରୁ , କରୋନା କୁ ଭୟ ନକରି ସାମ୍ବାଦିକ ମାନେ ସେମାନଙ୍କର କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟ କ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର କର୍ମ କର୍ତ୍ତା ଯୋଗ ଦେଇଥିଲେ । ସାମ୍ବାଦିକ ବିଶ୍ୱଜିତ ଧଳ, ପ୍ରଶାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ)