ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) (ଏରବଙ୍ଗ ନୋଡାଲ ଉଚ ବିଦ୍ୟାଳୟ, ଗୋପ ବ୍ଲକ, ପୁରୀ ଜିଲ୍ଲା ଓଡିଶା) :- ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ 1967 ରୁ 2019 ପଯ୍ୟନ୍ତ 52 ଟି ବ୍ୟାଚର ପୁରାତନ ଓ ବର୍ତମାନ ଛାତ୍ର – ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ସେମାନଙ୍କର ପରିବାର ସଦସ୍ୟ ମାନଙ୍କ ଯୋଗଦାନ ରେ ଏକ ମହା ବନ୍ଧୁ ମିଳନ ଉତ୍ସବ ସ୍କୁଲ ପରିସର ରେ ପାଳନ କରାଯାଇଛି ! ଓଡିଶା ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1000 ଉର୍ଦ୍ଧ ବ୍ୟକ୍ତି ଏହି ମହା ବନ୍ଧୁ ମିଳନରେ ଯୋଗଦାନ ଦେଇଥିଲେ !
ଏହି ମହା ବନ୍ଧୁ ମିଳନ ରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯଥା, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ବୃକ୍ଷ ରୋପଣ, ପ୍ଲାଷ୍ଟିକ ମୁକ୍ତ, ଗରିବ ମେଧାଵୀ ଛାତ୍ର -ଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ କିପରି ଆଗକୁ ନେବା, ଦୃଢ ସମାଜ ଗଠନ, ସ୍ୱାସ୍ଥ୍ୟ ସହାୟତା, ଶିଶୁ ଓ ମହିଳା ଙ୍କୁ ସମ୍ନାନ ଦିଆଯିବ ଏହି ମହା ବନ୍ଧୁ ମିଳନ ର ମୁଖ୍ୟ ଉଦ୍ୟେଶ ରହିଥିଲା ! ଏଥିସହିତ ବିଦ୍ୟାଳୟ ର କୁନି କୁନି ଛାତ୍ର -ଛାତ୍ରୀ ଏବଂ ପୁରାତନ ଛାତ୍ର -ଛାତ୍ରୀ ଙ୍କର ପିଲା ମାନଙ୍କ ର ଏକ ନାଚ ଗୀତ ର ପ୍ରୋଗ୍ରାମ ହୋଇଥିଲା !
1989 ବ୍ୟାଚ ର ଛାତ୍ର -ଛାତ୍ରୀ ମାନେ ସବୁ ବ୍ୟାଚ ଠାରୁ ଅଧିକ ଶଙ୍ଖାରେ ଯୋଗଦାନ ଦେଇଥିବାରୁ ସେହି ବ୍ୟାଚ ର ସମସ୍ତ ଛାତ୍ର -ଛାତ୍ରୀ ମାନଙ୍କୁ ସମ୍ନାନ ଏବଂ ପୁରସ୍କୃତ କରାଯାଇଥିଲା ! ଏବେ ସାରା ରାଜ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏରବଙ୍ଗ ନୋଡାଲ ଉଛ ବିଦ୍ୟାଳୟ ପୁରାତନ ଛାତ୍ର -ଛାତ୍ରୀ ମାନଙ୍କର ଏକ ଭିନ୍ନ ଧରଣର ମହା ବନ୍ଧୁ ମିଳନ ଦେଖିବାକୁ ମିଳିଥିଲା ଯାହା କି ଆମ ରାଜ୍ୟରେ ଏକ ବିରଳ !
ଏହି ମହା ବନ୍ଧୁ ମିଳନକୁ ସାଫଲ୍ୟ କରିବାରେ ଗଣେଶ ପ୍ରଧାନ, ବିଜୟ ଗୋପାଳ ଦାସ, ନରେଶ ପ୍ରଧାନ, ଧର୍ମେନ୍ଦ୍ର ସହୂ, ଶିବାଶିଷ ପୃଷ୍ଟି, ଦିଲୀପ ପାତ୍ର, ରଶ୍ମି ରଞ୍ଜନ ସ୍ୱାଇଁ, ମମତା ମହାପାତ୍ର, ପ୍ରଣତି ମିଶ୍ର, ଗୌର ଶଙ୍କର ନାୟକ, ଚନ୍ଦ୍ର କାନ୍ତ ସାହୁ ଙ୍କ ସହିତ ଏରବଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷକ ବୃନ୍ଦ ଏବଂ ପୁରାତନ ଓ ବର୍ତ୍ତମାନ ର ସମସ୍ତ ଛାତ୍ର – ଛାତ୍ରୀ ସହଯୋଗ କରିଥିଲେ !