ଓଡ଼ିଶା ତାଜା ନ୍ୟୁଜ ( ୩୦ ଅକ୍ଟୋବର ଶୁକ୍ରବାର ) ବରଗଡ଼ :- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ (୨୭ ରୁ ନଭେମ୍ବର ୨ ତାରିଖ) ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ପୈ।ରହିତ୍ୟରେ ଜିଲ୍ଲା ପ୍ରଶାସନ ର ଅଧିକାରୀ ଓ କର୍ମଚାରୀ ମାନେ ଶପଥ ପାଠ କରିଥିଲେ । ଚଳିତ ବର୍ଷ ବିଷୟ ବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି । ମୋର ବିଶ୍ବାସ,ଆମ ଦେଶର ଅର୍ଥନୈତିକ , ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନୀତି ପ୍ରମୁଖ ବାଧକ । ମୋର ବିଶ୍ବାସ ଦୁର୍ନୀତି ର ମୂଳୋତ୍ପାଟନ
ନିମନ୍ତେ ସମସ୍ତ ଅ°ଶୀଦାର ଯଥା ସରକାର, ପ୍ରତ୍ୟେକ ନାଗରିକଙ୍କୁ ଏବଂ ଘରୋଇ କ୍ଷେତ୍ର ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ନାଗରିକ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ସାଧୁତା ଓ ସଚ୍ଚୋଟତା ର ସର୍ବୋଚ୍ଚ ମାନଙ୍କୁ ଅନୁକରଣ କରିବା ଉଚିତ୍ । ଦୁର୍ନୀତି ବିରୋଧରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ୍ । ଏହି ଶପଥ ପାଠ ସ୍ଥଳୀ ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)