ଓଡ଼ିଶା ତାଜା ନ୍ୟୁଜ (୨୭ ଅକ୍ଟୋବର ମଙ୍ଗଳବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୪୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ ହୋମ୍ କ୍ଵାରେଣ୍ଟାଇନରୁ ,୯ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୫ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଢେଙ୍କାନାଳ ପୌରାଞ୍ଚଳର ୧୯ ଜଣଙ୍କ ମଧ୍ୟରୁ କୁଞକାନ୍ତ ଓ ଭାଗିରଥି ବିହାରରୁ ୩ ଲେଖାଏଁ, ବାଇପାସ୍,କଣ୍ଟାନାଳୀ ଓ କୁମ୍ଭାର ସାହିରୁ ୨ ଲେଖାଏଁ,ଗୁଡିଆନାଳୀ, ଚନ୍ଦନ ବଜାର, ମୀନା ବଜାର,ଏଲ୍ଆଇସି ଲେନ୍,ଶାସନ,ଖମାର ସାହି ଓ ମହାବୀର ବଜାରରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର କଙ୍କିଳି,ମୁଣ୍ଡେଇଲୋ, ଚାନ୍ଦପୁର ଓ କନ୍ତୋରରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ ୨, ବ୍ଲକର ଜିରିଡାମାଳିରୁ ୨,କନ୍ତିଓପୁଟସାହି ଓ କମଙ୍ଗରାରୁ ଜଣେ ଲେଖାଏଁ, ସଦର ବ୍ଲକର ମୋଟାରି,ଚଷାପଡା ଓ ବୃନ୍ଦାବନ ପୁରରୁ ଜଣେ ଲେଖାଏଁ, ହିନ୍ଦୋଳ ବ୍ଲକ ଅମଲାପଡାରୁ ୨,ରାସୋଳରୁ ଜଣେ, ଭୁବନ ବ୍ଲକ କହ୍ନେଇପାଳ ଓ ଓଡିଶରୁ ଜଣେ ଲେଖାଏଁ ଏବଂ କଙ୍କଡ଼ାହାଡ଼ ବ୍ଲକର କଙ୍କଡ଼ାହାଡ଼, ଓଡ଼ାପଡ଼ା ବ୍ଲକର ବିଣାକର କାଟେଣୀ ଓ ଗନ୍ଦିଆ ବ୍ଲକର ମନ୍ଦାର ଗ୍ରାମରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାରେ ଆଜି ଆଉ ୩୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୯୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୫୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୭୦ ଜଣ ଚିକିତ୍ସାଧୀନ ଥିବାବେଳେ ୧୮ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )