ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ଢେଙ୍କାନାଳ :- ଜିଲ୍ଲାରେ ଖାଦ୍ୟ ସାମଗ୍ରୀର ଦରଦାମ ବର୍ତମାନ ଆକାଶଛୁଆଁ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଦିନକୁ ଦିନ ପରିବା ଦର ବୃଦ୍ଧି ହେବାରେ ଲାଗିଛି । ମହାମାରୀ କରୋନା ଯୋଗୁଁ ଦୀର୍ଘ ଦିନର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜନଜୀବନ ଉପରେ ପ୍ରଭାବ ପକାଇଛି । ଗରିବ ଅସହାୟଙ୍କ ଉପରେ ବେଶ୍ ପ୍ରଭାବ ପଡ଼ିଛି । ଆଳୁ ଓ ପିଆଜ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରାହକ ଯେଉଁ ପରିମାଣର ପନିପରିବା କିଣିବା କଥା , ସେତିକି ପରିମାଣର କିଣିପାରୁ ନାହାନ୍ତି ।
ବର୍ତ୍ତମାନ ଆଳୁ କିଲୋ ପ୍ରତି ୪୦ ଟଙ୍କା ବିକ୍ରି ହେଉଥିବା ବେଳେ ପିଆଜର ମୂଲ୍ୟ ୯୦ ଟଙ୍କା ରହିଛି । ବାଇଗଣ – ୭୦ , କାଙ୍କଡ଼ – ୮୦ , କଲରା – ୬୦ , ଫୁଲ କୋବି – ୭୦ , ଟମାଟ – ୫୦ ,ସଜନା ଛୁଇଁ – ୮୦ , କଞ୍ଚା କଦଳୀ – ୫୦, ଜହ୍ନି – ୧୦୦ ମୂଲ୍ୟରେ ବିକ୍ରି ହେଉଛି । ଏହା ସହ ତେଲ , ଡାଲି , ଚାଉଳ , ଅଟା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେ ୧୦ ରୁ ୧୫ ଟଙ୍କା କୁ ବୃଦ୍ଧି ହେଇଛି ତେଲର ଦାମ୍ ୧୦୦ ରୁ ୧୪୦ କୁ ବୃଦ୍ଧି । କୈାଣସି ସବୁଜ ପନିପରିବା ର ଦରଦାମ୍ କେଜି ପ୍ରତି ୫୦ ଟଙ୍କା ରୁ କମ୍ ନାହିଁ । କହିବାକୁ ଗଲେ କରୋନା ମାଡ଼ କୁ ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗା ମାଡ଼ ପୁଣି ଆଗକୁ ଆସୁଛି କାର୍ତ୍ତିକ ମାସ,ଯାହାକି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।ଏ ବିଷୟରେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ବେଳେ ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। (ରିପୋର୍ଟ୍ ଅମର ରଞ୍ଜନ ଦାସ)