ନୟାଗଡ଼ : ଦଶପଲ୍ଲା ବିଧାୟକ ତଥା ବିଜୁ ଜନତା ଦଳ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ରାଉତପଡ଼ା ପ୍ରଭୁ ଭୋଳେଶ୍ୱର ଦେବଙ୍କ ପୀଠରେ ଦୀପଦାନ । କରୋନା କବଳରେ ସାରା ରାଜ୍ୟର ଅନେକ ବିଧାୟକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।
ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜଳ ବିଜୁ ଜନତା ଦଳର ସଭାପତି ରମେଶ କୁମାର ବେହେରା କିଛି ଦିନ ତଳେ କରୋନା ରେ ଆକ୍ରାନ୍ତ ହୋଇଥିବା ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଥିଲେ । ଏହି ପରି ପ୍ରେକ୍ଷୀରେ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ରାଉତପଡା ପ୍ରଭୁ ଭୋଳେଶ୍ୱର ଦେବଙ୍କ ପୀଠରେ ଶୁଭେଛୁ ସମର୍ଥକ ଦୀପଦାନ କରିଛନ୍ତି ।