ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ,କୁରାଳ ଗ୍ରାମପଞ୍ଚାୟତ ରେ ଖାଦ୍ୟ ସାମଗ୍ରୀର ଦରଦାମ ବର୍ତମାନ ଆକାଶଛୁଆଁ । ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ପରିବା ଦର । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ପରିବା ଦର ବୃଦ୍ଧି ହେବାରେ ଲାଗିଛି । ମହାମାରୀ କରୋନା ଯୋଗୁଁ ଦୀର୍ଘ ଦିନ ର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜନଜୀବନ ଉପରେ ପ୍ରଭାବ ପକାଇଛି । ଗରିବ ଅସହାୟ ଙ୍କ ହାଣ୍ଡିଶାଳ ଉପରେ ବେଶ୍ ପ୍ରଭାବ ପଡ଼ିଛି । ଆଳୁ ଓ ପିଆଜ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରାହକ ଯେଉଁ ପରିମାଣର ପନିପରିବା କିଣିବା କଥା , ସେତିକି ପରିମାଣର କିଣିପାରୁ ନାହିଁ ।
ବର୍ତମାନ ଆଳୁ କିଲୋ ପ୍ରତି ୪୦ ଟଙ୍କା ବିକ୍ରି ହେଉଥିବା ବେଳେ ପିଆଜର ମୂଲ୍ୟ ୯୦ ଟଙ୍କା ରହିଛି । ଆଗକୁ ପିଆଜ ଦର ବୃଦ୍ଧି ପାଇବା ଶୁଣି ଗ୍ରାହକଙ୍କ ମନ ଅସନ୍ତୁଷ୍ଟ । ବର୍ତମାନ ଦୋକାନ ବଜାର ରେ ଝୁଲଣ – ୪୦ , ବାଇଗଣ – ୬୦ , କାଙ୍କଡ଼ – ୮୦ , କଲରା – ୬୦ , ଫୁଲ କୋବି – ୭୫ , ଟମାଟ – ୫୦ ,ସଜନା ଛୁଇଁ – ୫୫ , କଞ୍ଚା କଦଳୀ – ୪୦ ମୂଲ୍ୟ ରେ ବିକ୍ରି ହେଉଛି । ଏହା ସହ ତେଲ , ଡାଲି , ଚାଉଳ , ଅଟା ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ଘଟିଛି । ଏକ ସପ୍ତାହ ମଧ୍ୟରେ ୧୦ ରୁ ୧୫ ଟଙ୍କା କୁ ବୃଦ୍ଧି ହେଇଛି ତେଲ ର ଦାମ୍ । ୧୦୦ ରୁ ୧ ୪୦ କୁ ବୃଦ୍ଧି । କୈାଣସି ସବୁଜ ପନିପରିବା ର ଦରଦାମ୍ କେଜି ପ୍ରତି ୫୦ ଟଙ୍କା ରୁ କମ୍ ନାହିଁ । କହିବାକୁ ଗଲେ କରୋନା ମାଡ଼ କୁ ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗା ମାଡ଼ ବଳି ଯାଇଛି । ଯାହାକି ଗ୍ରାହକଙ୍କ ପାଇଁ ଚିନ୍ତା ର କାରଣ ହୋଇଛି । (ରିପୋର୍ଟ :- ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ)