ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ବ୍ରହ୍ମପୁର :- ଗଂଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ। ମାଁ ତାରାତାରିଣୀଙ୍କ ପୀଠକୁ ନେଇ ବହୁ କିମ୍ବଦନ୍ତି ଓ ଲୋକକଥା ପୁରାଣରେ ବର୍ଣ୍ଣିତ ରହିଛି। ଏହାଛଡା ଦେଶରେ ଥିବା 4ଟି ଆଦିଶକ୍ତିପୀଠ ମଧ୍ୟରୁ ଏହି ପୀଠ ଅନ୍ୟତମ। ଆଜି ମାଁଙ୍କ ପବିତ୍ର ମହାଷ୍ଟମୀ ପୂଜା ଅବସରରେ ମନ୍ଦିର ପକ୍ଷରୁ ରିତି ନିତୀ ଅନୁଯାୟୀ ପୂଜାର୍ଚ୍ଚନା ଜାରୀ ରହିଥିଲା ।
ଆଜି ମଧ୍ୟ ରାତ୍ରରେ ମାଁଙ୍କ ମହାଦ୍ୱୀପ ଉଠିଛି। ଏହାଛଡା ମାଁ ନବରାତ୍ରରେ ବିଭିନ୍ନ ସ୍ୱତନ୍ତ୍ର ବେଶରେ ମାଆ ଦର୍ଶନ ଦେବା ପରମ୍ପରା ମଧ୍ୟ ରହିଛି। ଆଜି ମାଁ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ଏହି ଅବସରରେ ମାଁ ପୀଠରେ ଅବକାଶ ନିତୀ , ଅଷ୍ଟମୀ ଗୁପ୍ତ ନିତୀ ହେବା ପରେ ଭୋରୁ ଅର୍ଣ୍ଣ ଭୋଗ ଲାଗି କରାଯିବ।
ଏହି ନବରାତ୍ରରେ କୋଭିଡ୍ କଟାକଣା ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ କରାଯାଇଥିବା ଯୋଗୁଁ କେବଳ ମାଁଙ୍କ ରୀତି ନିତି ଅନୁଯାୟୀ ପୂଜା ଜାରୀ ରହିଥିବା କହିଛନ୍ତି ସେବାୟତ। ସେପଟେ ଜିଲ୍ଲାରେ କୋଭିଡ୍ କଟକଣା ଯୋଗୁଁ ମନ୍ଦିର ଭିତରକୁ ଓ ଦର୍ଶନ କରିବା ଲାଗି ବାରଣ କରାଯାଇଛି। (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)