ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ବରଗଡ଼ :- ବରଗଡ଼ ଜିଲ୍ଲା ର ମୁଖ୍ୟ କେନାଲ ସୁଅରେ ଭାସିଯାଇ ଜଣେ ଯୁବକ ନିଖୋଜ ଘଟଣା ଏ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି । ଆଜି ବରଗଡ଼ ତଲିପଡାର ବାସିନ୍ଦା ଓମ୍ ପ୍ରକାଶ ଭୋଇ (୨୨)ତାଙ୍କ ଜଣେ ସମ୍ପର୍କୀୟ ଭାଇ ସହିତ ମୁଖ୍ୟ କେନାଲ ର ବରଡୋଲ ଘାଟ ରେ ଗାଧୋଇବା ସମୟରେ ଏହି ଅଘଟଣ ଘଟିଥିଲା ।
ଖବର ପାଇ ବରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ପହଞ୍ଚି ଖୋଜାଖୋଜି କରି ଥିଲେ ମଧ୍ୟ ବୁଡି ଯାଇଥିବା ଯୁବକର କୈାଣସି ପତ୍ତା ପାଇଁ ପାରି ନଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ କାଲି ଏହି ଠାରେ ଗାଧୋଉଥିବା ବେଳେ ଜଳନ୍ଧର କଲେତ (୭୦) ନାମକ ଶିକ୍ଷକ ଭାସିଯାଇ ଥିଲେ । ତାଙ୍କ ର ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ । ଗୋଟିଏ ସ୍ଥାନରେ ଲାଗ ଲାଗ ଦୁଇ ଦିନ ରେ ଦୁଇ ଜଣ ଭାସି ଯିବା ଘଟଣା ସାଧାରଣରେ ଭୟ ସୃଷ୍ଟି ହୋଇଛି ।(ସତ୍ୟ ନାରାୟଣ ପ୍ରଧାନ, ବରଗଡ଼)













