ଓଡ଼ିଶା ତାଜା ନ୍ୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର ) ବ୍ରହ୍ମପୁର :- ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଖାଉଟି ତଥା କୃଷକ ସର୍ବନାଶ କାରି କୃଷି ଆଇନ ଏବଂ ଅନ୍ୟାନ ଜନବିରୋଧୀ ଆଇନ ବିରୋଧରେ କୃଷକ ଆନ୍ଦୋଳନ କୁ ଗଞ୍ଜାମ ଜିଲ୍ଲା ରେ ବ୍ୟାପକ କରିବା ପାଈଁ ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ଓଡିଶା କୃଷକ ସଭାର ପରିବର୍ଦ୍ଧିତ ଗଞ୍ଜାମ ଜିଲ୍ଲା ବୈଠକ ରେ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକ ରେ ସଂଗଠନ ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ଯୋଗଦେଇ କୃଷକ ମାନେ ସଂମୁଖୀନ ହୋଇଥିବା ବିବିଧ ସମସ୍ୟା ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କୃଷି ତଥା କୃଷକ ମରଣ ନୀତି ର ତୀଵ୍ର ସମାଲୋଚନା କରଥିଲେ । ସମସ୍ତ କୃଷି ଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥା କୁଶକ୍ତି ଶାଳୀ କରିବା । ଭାଗଚାଷୀ ମାନଙ୍କୁ ଚାଷୀ ର ମାନ୍ୟତା ପ୍ରଦାନ କରିବା । ଆଦିବାସୀ ମାନଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କର

ଧାନ କୁଇଣ୍ଟାଲ ପିଛା 3000/ଟଙ୍କା ପ୍ରଦାନ କର । ବାସହୀନ ଙ୍କୁ ଘରଡିହ ଓ ପଟ୍ଟା ଦିଅ.ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କର । ପ୍ରଭୃତି ଦାବି ନେଇ ଆନ୍ଦୋଳନ କୁ ବ୍ୟାପକ କରିବା ପାଈଁ ସେ ଆହ୍ୱାନ ଦେଇଥିଲେ । ଆଗାମୀ ନଭେମ୍ବର 26ଓ 27AIKSCC ପକ୍ଷରୁ ସର୍ବଭରତୀୟ ଧର୍ମଘଟ ଓ ଦିଲ୍ଲୀ ଚାଲ ଅଭିଯାନ କୁ ସଫଳ କରିବା ପାଈଁ ସମସ୍ତ ପ୍ରକାରର ପ୍ରସ୍ତୁତି ଚଳାଇ ରଖଵାକୁ ସେ ଅନୁରୋଧ କରିଥିଲେ । ଜିଲ୍ଲା ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ ଜିଲ୍ଲା ରିପୋର୍ଟ ଉପସ୍ଥାପିତ କରିଥିଲେ । ଅନ୍ୟମାନଂକ ମଧ୍ୟରେ ବରିଷ୍ଟ କୃଷକ ନେତା କୈଳାସ ଷଡ଼ଙ୍ଗୀ, ବସନ୍ତ ନନ୍ଦ, ଲକ୍ଷ୍ମନ ପାଢ଼ୀ, ନରସିଂହ ସାହୁ, ବିଜୟବି ଶୋଇ, ଧର୍ମରାଜ ସ୍ୱାଇଁ, କାମେଶ୍ୱର ଛଟେଇ, ପ୍ରଭାକର ବେହେରା, ମଙ୍ଗଳା ଡାକୁଆ, କୂରେସୁ ପଣ୍ଡା, ଖଲ୍ଲି ତରାଇ, ରଘୁନାଥ ବେହେରା, ଗୋବର୍ଧନ ପାହାନ ପ୍ରମୁଖ ଆଲୋଚନା କରିଥିଲେ । ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ )














