ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଭୁୁବନେଶ୍ୱର :- ପବିତ୍ର ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ, ନବରାତ୍ରୀ ମହାଷ୍ଟମୀ (ଦୂର୍ଗାଷ୍ଟମୀ) ତିଥିରେ ଜଗଜ୍ଜନନୀ କରୁଣାମୟୀ ମାଁ ନବଦୂର୍ଗା ଙ୍କୁ ଦେବୀ ମାଁ ମହାଗୌରୀ ସ୍ୱରୂପରେ ପୂଜାର୍ଚ୍ଚନା କରାଯାଏ । ମହାଗୌରୀ ସ୍ୱରୂପରେ ବ୍ରୁଷଭ ବାହନା ଚତୁର୍ଭୂଜା ମାତା ସମ୍ପୂର୍ଣ୍ଣ ଗୌରବର୍ଣ୍ଣା ଏବଂ ତାଙ୍କର ବସ୍ତ୍ର ଓ ସମସ୍ତ ଆଭୂଷଣ ମଧ୍ୟ ସମ୍ପୂର୍ଣ୍ଣ ଶ୍ୱେତବର୍ଣ୍ଣ । ମାଁ ଙ୍କ ଗୋଟିଏ ହସ୍ତରେ ତ୍ରିଶୂଳ, ଅନ୍ଯ ଏକ ହସ୍ତରେ ପଦ୍ମଫୁଲ, ଅନ୍ଯ ଏକ ହସ୍ତରେ ଡମ୍ୱରୁ ଏବଂ ଅନ୍ଯ ଏକ ହସ୍ତରେ ମାଁ ବରଦାନ ମୁଦ୍ରାରେ ପୂଜିତା ।
ଆଜିର ପବିତ୍ର ମହାଷ୍ଟମୀ ତିଥିରେ କନ୍ଯା ପୂଜନ ସହ ଅସ୍ତ୍ର ଶସ୍ତ୍ର ମଧ୍ୟ ପୂଜନ କରାଯାଇଥାଏ । ପବିତ୍ର ଦୂର୍ଗାଷ୍ଟମୀରେ, ଆମ ଓଡ଼ିଶାର ପଶ୍ଚିମାଂଚଳରେ, ଭଉଣୀ ମାନେ ନିଜ ଭାଇ ମାନଙ୍କ ସର୍ବ ମଙ୍ଗଳ କାମନା କରି “ଭାଇ ଜିଉନ୍ତିଆ” ଉପବାସ କରି ଥାଆନ୍ତି । ମାଁ ମହାଗୌରୀ ସମସ୍ତ ଭକ୍ତ ମାନଙ୍କୁ ଶୁଭାଶିର୍ବାଦ ପ୍ରଦାନ କରନ୍ତୁ, ସେମାନଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ, ସମସ୍ତଙ୍କର ମଙ୍ଗଳ କରନ୍ତୁ । ଧର୍ମର ଜୟ ହେଉ, ଅଧର୍ମର ନାଶ ହେଉ । ସମସ୍ତ ଆସୁରିକ ଶକ୍ତିର ବିନାଶ ହେଉ । ॥ ଜୁହାର୍ ମାଁ ଦୂର୍ଗେ ଦୂର୍ଗତି ନାଶିନୀ ॥(ଚିଫ ଏଡିଟର,ସ୍ବରୂପ ଦାସ ।)