ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଅକ୍ଟୋବର ଶୁ କ୍ରବାର ) ଓଡ଼ଗାଁ :- ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମପଞ୍ଚାୟତ ର ଚଣ୍ଡିଛକ ଠାରେ ଚଣ୍ଡେଶ୍ଵର ବଣିକ ସଂଘ ଦ୍ୱାରା ଦୀର୍ଘ ୯ ବର୍ଷ ହେବ ମା ଦୁର୍ଗାଙ୍କ ପୂଜା ଆୟୋଜନ କରୁଛି । ଆଜି ମହା ସପ୍ତମୀ ଆସନ୍ତା କାଲି ଅଷ୍ଟମୀ । ମଣ୍ଡପ ରେ ପୂଜା ପାଇବେ ମା ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ନୟାଗଡ଼ ଜିଲ୍ଲାର ର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ । ପ୍ରତିବର୍ଷ ଚଣ୍ଡେଶ୍ଵର ବଣିକ ସଂଘ ମା ଦୁର୍ଗାଙ୍କ ପୂଜା ଧୁମ୍ ଧାମରେ ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହାକୁ ଫିକା କରିଦେଇଛି ମହାମାରୀ କରୋନା ।
ସରକାର ଙ୍କ ଗାଇଡିଲାଇନ୍ ନିୟମ ଅନୁସାରେ ମାଙ୍କ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ଭିତରେ ସୀମିତ ରଖାଯାଇଛି । କମ୍ ସଂଖ୍ୟକ ଲୋକଙ୍କୁ ନେଇ ବଣିକ ସଂଘ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହେଇଛି । ଆଡ଼ମ୍ବର କି ଉତ୍ସାହ ନାହିଁ । ଶବ୍ଦ ନାହିଁ କେବଳ ଆଲୋକ ମାଳ ରେ ହିଁ ସୀମିତ ରହିଛି ମଣ୍ଡପ ର ଚତୁଃପାର୍ଶ୍ଵ । କେବଳ ବିଧି ରକ୍ଷା ପାଇଁ ପୂଜା କରିବା କୁ ପୂଜା ମଣ୍ଡପ ସଜେଇ ହୋଇରହିଛି । ଦେବୀ ମାଙ୍କ ନିକଟରେ ସଠିକ ଭାବେ ପୂଜା ବିଧି ହେବା ସହ ସକାଳେ ଓ ସନ୍ଧ୍ୟାରେ ସମୟରେ ୧୦୮ ଆଳତୀ ହେଇଛି ।
କୋଭିଡ୍ କଟକଣା ଯୋଗୁଁ ବିନା ଭକ୍ତ ରେ ଚାଲିଛି ଦେବୀ ମାଙ୍କ ପୂଜାର୍ଚ୍ଚନା । ବଣିକ ସଂଘ ର ସଭାପତି ମାନସ ପ୍ରଧାନ ଓ ସମ୍ପାଦକ ସରୋଜ କୁମାର ସାହୁ ଦାୟିତ୍ଵ ରେ ଥିବା ବେଳେ ତାଙ୍କ ସହ ସଂଘ ରେ ୫୦ରୁ ଉର୍ଦ୍ଧ ଥିବା ସଭ୍ୟଙ୍କ ସାହାଯ୍ୟ ସହଯୋଗ କ୍ରମେ ଆଗକୁ ଆଗେଇ ଚାଲିଛି ମା ଦୁର୍ଗାଙ୍କ ପୂଜା …. (ରିପୋର୍ଟ :- ଓଡ଼ଗାଁ / କୁରାଳରୁ – ଅଶ୍ଵିନୀ କୁମାର ସାହୁ )