ଓଡ଼ିଶା ତାଜା ନ୍ୟୁଜ (୨୨ ଅକ୍ଟୋବର ଗୁରୁବାର) କଟକ :- କଟକ ଜିଲ୍ଲା ଲାଲବାଗ ଅଞ୍ଚଳରେ ଏକ ଦାଦାବଟି ଆଦାୟ ର ଏକ କେସ୍ ରୁଜ୍ଜୁ ହୋଇଛି ଅପରାଧୀ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନାନୁସାରେ ସତୀଚୌରା ରିଙ୍ଗ ରୋଡରେ ବାଲି ବୋଝେଇ ଟ୍ରକ ଓ ଟ୍ରାକ୍ଟର ଚାଳକ ମାନଙ୍କୁ ଖଣ୍ଡା ଦେଖାଇ ଧମକାଇ ବଟି ମାଗୁଥିଲା । ପୋଲିସ ଗୁପ୍ତ ସୂଚନା ପାଇ ଡ଼ଗରପଡା ଗ୍ରାମ ର ଭୁତିଆସାହି ର ଆସାମୀ ସରୋଜ କୁମାର ଦାସ
(୨୬ବର୍ଷ)ପିତା-ଚିତ୍ତ ରଞ୍ଜନ ଦାସ୍ ଙ୍କ ନାମରେ ଲାଲବାଗ ଥାନା ରେ ୨୬୧/୨୦ ,୩୮୬,୫୦୬,୨୯୪ IPC ଧାରା ଅନୁଯାୟୀ ତାକୁ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ମଧ୍ୟ ଉକ୍ତ ଆସାମୀ ହାଡିଆ ନାମକ ଦୃଦାନ୍ତ ଅଭିଯୁକ୍ତ ଙ୍କ ସହୋଯୋଗି ଥିଲେ ବୋଲି ଜଣା ପଡ଼ିଛି । (ରିପୋର୍ଟ ରଶ୍ମିତା ମହାପାତ୍ର )














