ଓଡ଼ିଶା ତାଜା ନ୍ୟୁଜ (୨୧ ଅକ୍ଟୋବର ବୁଧବାର) ଭୁବନେଶ୍ୱର :- ଯାଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା,ନମୋତସ୍ମୈ ନମୋତସ୍ମୈ ନମୋନମଃ । ବର୍ଷରେ ଥରେ ମା ଦୁର୍ଗତି ନାଶିନୀ ଦୁର୍ଗା ଧରାବତରଣ କରିଥାନ୍ତି । ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ସାରା ବିଶ୍ୱରେ ଶାନ୍ତି ପାଇଁ ଆରାଧନା କରାଯାଇଥାଏ । ଏଥିରେ ସାରା ଓଡିଶାରେ ବଡ ଧୁମ୍ ଧାମରେ ମହା ଆଡ଼ମ୍ବରରେ ପୂଜା କରାଯାଇଥାଏ । ସବୁଠାରୁ ବଡ ନିଆରା ଢଙ୍ଗରେ ଓ ଆଡମ୍ବର ସହକାରେ କଟକ ଦୁର୍ଗା ପୂଜା ପାଳନ କରାଯାଇଥାଏ । ସେଠାରେ ଭଳିକି ଭଳି ଚାନ୍ଦି ଓ ସୁନାର ମେଢ ତିଆରି କରାଯାଇଥାଏ । କୁଇଣ୍ଟାଲ କୁଇଣ୍ଟାଲ ସୁନା ଖଚିତ କରାଯାଇ ମେଢକୁ ସଜାଇ ବହୁ ବିରାଟ ଆକାରରେ ତୋରଣ କରାଯାଇ ଆଲୋକ ମେଳାରେ ସଜାଯାଇ ଜନସାଧାରଣଙ୍କୁ ଆକୃଷ୍ଟ କରାଯାଇଥାଏ ।
ଏଥର କିନ୍ତୁ ସବୁ ଯେମିତି ଫସର ଫାଟି ଯାଇଛି । କାରଣ କାଳର କରାଳ ରୂପ ଧରି କରୋନା ମାଡି ଆସିଛି । ସତେ ଯେମିତି ମହିଷାସୁର ରାକ୍ଷସ ସାରା ଦୁନିଆକୁ ଗ୍ରାସିଯିବ । କିନ୍ତୁ ଅସତ୍ୟର ପରାଜୟ ପରେ ସତ୍ୟର ଜୟ ନିଶ୍ଚିତ । ସେହି ଅସତ୍ୟ ଅବା ମେଘର କାଳିମା ଏଡେ ଜୋର ଢାଙ୍କି ରଖିଛି ଯେ ଏଥର କରୋନାର କଟକଣାକୁ ନେଇ ମାଙ୍କ ଆରାଧନା କରିବେ । ସେଥିପାଇଁ ଏଥର ନବରାତ୍ର ହୋଇ ଆଗକୁ ଦିନ ବଢିବାରେ ଲାଗିଛି କିନ୍ତୁ କୌଣସି ପ୍ରକାର ମାହଲର ସରଗରମ ହେଉନାହିଁ । ଏମିତିରେ ମା ବି ସାରା ଭକ୍ତମାନଙ୍କୁ ଦର୍ଶାଇ ଦେବାକୁ ଚାହାନ୍ତି ଯେ ଗୁପ୍ତ ଆଉ ଭକ୍ତର ଭଗବାନ ଧରାବତରଣ କରି ମା ରୂପରେ ଛୁଆ ଅବା ଭକ୍ତମାନଙ୍କୁ ଧରାଦେଇ ଦୁଖିର ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।
ତେଣୁ ଏଥର ନିରାଡମ୍ବର ଭାବେ ମା ଧରାବତରଣ କରିବେ । ସରକାରଙ୍କ କାନୁନର କଟକଣା ମଣିଷକୁ ଆଇନର ଗଣ୍ଡି ଭିତରେ ବାନ୍ଧି ପକାଇଛି । ଏଥର ସେଥିପାଇଁ କୌଣସି ପ୍ରତିଯୋଗିତା ନହୋଇ ସରକାରଙ୍କ ନିୟମ ଅନୁସାରେ ସମସ୍ତ ମୃଣ୍ମୟୀ ମୂର୍ତ୍ତିକୁ 4 ଫୁଟରୁ ତଳକୁ ରଖି ପୂଜା ପେଣ୍ଡାଲ ନିରାଡମ୍ବର ଭାବେ କୋଭିଟ ନିଅମ ଅନୁସାରେ ମାଙ୍କ ଆରାଧନା କରାଯିବ । ତେଣୁ ଏଥର ଘର ହେବ ମନ୍ଦିର ମା ଘରେ ଆବିର୍ଭାବ ହେବେ । ସମସ୍ତ ଭକ୍ତଗଣ ଘରେ ରହି ଦୁର୍ଗା ପୂଜା ସମାପନ କରିବେ । (ନିଉଜ୍ ଏଡିଟର ସ୍ବରୂପ ଦାସ)