ଓଡ଼ିଶା ତାଜା ନ୍ୟୁଜ୍ (୨୧ ଅକ୍ଟୋବର ବୁଧବାର ) ଭୁବନେଶ୍ୱର : – କଟକ, କୋଭିଡ ମହାମାରୀ ଏବେ ସାଧାରଣ ଗରିବଙ୍କ ଆହାର ମୁହଁରେ ପାହାର ଦେଇଚାଲିଥିବା ବେଳେ ଲୋକ ମାନେ କାମଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଠିକ ସେତିକି ବେଳେ ଗରିବଙ୍କୁ ଶୋଷଣ କରିବାକୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଡିଲର ସଂଘ ଅଣ୍ଟା ଭିଡି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମାଲାମାଲ ହେଉଛନ୍ତି, ଆଉ ଏହି ଆଦାୟ ଅର୍ଥ ରୁ ଭାଗ ନେଇ ଏହାକୁ ଭିତିରି ସମର୍ଥନ ଦେଉଛନ୍ତି ସ୍ଥାନୀୟ ରାଜ ନେତା ଓ ପ୍ରଶାସନ, ଆଉ ଏହାକୁ ଯେଉଁ ଡିଲର ବିରୋଧ କଲା ସେ ସରକାରୀ ବାବୁ ମାନଙ୍କର ଆକ୍ରୋଶର ଶିକାର ହେଲା, ଯାହାକୁ ସବୁଜାଣି ସ୍ଥାନୀୟ ବିଧାୟକ ଚୁପ ହୋଇ ବସିଛନ୍ତି, ମାହାଙ୍ଗାରେ ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ଚାଲିଛି ଶାସନ, ମାହାଙ୍ଗା ପଲ୍ଲୀସାହି ଅଂଚଳର ଜୈନିକ ଡିଲର କାଶିଆ ବାବୁ ଏକ ଡିଲର ସଂଘ ନାଁରେ ମାହାଙ୍ଗାର ୬୭ ଡିଲର ଙ୍କ ଠାରୁ ପ୍ରତି ମାସରେ ମାସିକିଆ ବଟି ଆଦାୟ କରି ଯୋଗାଣ ବିଭାଗ ଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପଯ୍ୟନ୍ତ ସମସ୍ତ ଙ୍କୁ ମୋଟା ରକମର ମାସିକିଆ ବଟି ଦେଇ ବିଭିନ୍ନ ଅନିୟମିତତା କାର୍ଯ୍ୟ ନର୍ଭୟରେ କରିବାକୁ ଡିଲର ମାନଙ୍କୁ ଆହ୍ୱାନ ଦେଇଛନ୍ତି, ଆଉ ଯୋଉ ଡିଲର ଏହାକୁ ନମାନି ମାସିକିଆ ଚାନ୍ଦା ନଦେବ ତା ଖୁଚୁରା ବିକ୍ରୟ କେନ୍ଦ୍ରରେ ଯୋଗାଣ ବିଭାଗ ସ୍କ୍ୱାର୍ଡ ପୁରେଇବାକୁ ଧମକ ଦିଆଯାଉଛି ,
ଅର୍ଥ ଆଦାୟ ପାଇଁ ଡିଲର ନେତା ଜଣକ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ ସମୟରେ ବିଭିନ୍ନ ଅସାଧୁ ଉପାୟ ଆପଣାଇବାକୁ ଡିଲର ମାନଙ୍କୁ ପବର୍ତ୍ତାଉ ଥିବା ଆଲୋଚନା ହେଉଛି , ସଂଘକୁ ଅର୍ଥ ଦେବା ପାଇଁ ବର୍ଷ ବର୍ଷ ଧରି ଆଧାର କାର୍ଡ କୁ ରେସନ କାର୍ଡ ସହ ଲିଙ୍କ କରିବା ନାଁରେ ପ୍ରତିମୁଣ୍ଡ ପିଛା ୫ ରୁ ତିନି ଟଙ୍କା, କିରୋସିନ ଲିଟର ପିଛା ଏକ ଟଙ୍କାରୁ ଦେଢ଼ ଟଙ୍କା କମିଶନ, ଚାଉଳ ଗହମ କେଜି ପିଛା ୧୦୦ଗ୍ରାମରୁ ୫୦ଗ୍ରାମ କାଟିକି ଦେବା, ଖାଉଟିଙ୍କୁ ବିଭିନ୍ନ ଆଳ ଦେଖାଇ ଚାଉଳ ଓ ଗହମ ବଦଳରେ ବାଧ୍ୟତାମୁଳକ ଟଙ୍କା ଦେଇ ତାକୁ କଳାବଜାର ରେ ବିକ୍ରି କରି ଉକ୍ତ ଅର୍ଥ ସଂଘକୁ ଦେବାପାଇଁ ହୁଇପ ଜାରି କରାଯାଇଥିବା କିଛି ସରକାରୀ ଡିଲର ମାନେ ସେମାନଙ୍କ ନାମ ଗୋପନ ରଖି ଆମକୁ ସୂଚନା ଦେଇଛନ୍ତି,ମାହାଙ୍ଗାରେ ଯୋଗାଣ ନିରୀକ୍ଷକ ବଦଳି ପରେ ଚାରିମାସ ହେବ ଏହି ପଦବୀ ଖାଲିପଡିଛି, ସାଲେପୁର ର ମହିଳା ଯୋଗାଣ ନିରୀକ୍ଷକକୁ ମାହାଙ୍ଗାର ଅତିରିକ୍ତ ଦାଇତ୍ୱ ତୁଳାଉଥିବା ବେଳେ ସେ ମାହାଙ୍ଗା କାର୍ଯ୍ୟାଳୟକୁ ନଆସି ସେଲେପୁର ରେ କାର୍ଯ୍ୟ କରୁଥିବାରୁ ମାହାଙ୍ଗା ଯୋଗାଣ ଅଫିସ କୁ ଜଣେ ଘରୋଇ ମହିଳା ଡାଟା ଅପରେଟର ନିଜକୁ ଯୋଗାଣ ଅଧିକାରୀ ଭାବି ନିଜ ଇଛାରେ କାର୍ଯ୍ୟ କରି ବିଭିନ୍ନ ସମୟରେ ଅର୍ଥ ଦାବୀ କରୁଥିବା ଶୁଣିବାକୁ ମିଳୁଛି, ବିଶେଷ କରି ମାହାଙ୍ଗା ବ୍ଲକର ପଲ୍ଲିସାହି ଭେଡା, ମୌଦା, କଇଥା, ଚାହାପଡା ଲଳିତ ଗିରି, ନାହାଙ୍ଗ, ଭଉଁରିଆ, କୁହୁଣ୍ଡା, ରାହାଣିଆ,
ସମସରପୁର,ଆନନ୍ଦପୁର,ଜଳେଶ୍ୱରପୁର ଆଦି ପଂଚାୟତରେ ସଂଘ ର ଏହି ସର୍ବଖିଆ ନୀତିକୁ ନେଉ ଖାଉଟି ମାନଙ୍କୁ ଲୁଣ୍ଠନ କରି ଡିଲର ମାନେ ମାଲାମାଲ ହେଉଛନ୍ତି, ଗତ ରବିବାର ଦିନ ଏହି ସର୍ବଖିଆ ଡିଲର ସଂଘ ପକ୍ଷରୁ ଓଳାଶୁଣୀ ଗୂମ୍ପା ଠାରେ ମାହାଙ୍ଗାର ସମସ୍ତ ଡିଲର ମାନଙ୍କୁ ନେଇ ଅର୍ଥ ଆଦାୟ ପାଇଁ ଏକ ଗୁପ୍ତ ବୈଠକ ବସିବା ସହ ଭୋଜି ଭାତ ମଦ ମାଂସ ର ଆୟୋଜନ କରାଯାଇଥିଲା, ଯୋଉଥିରେ ବିଶେଷ କରି କିପରି ଭାବରେ ସାଧାରଣ ଖାଉଟି ମାନଙ୍କୁ ଲୁଟ କରି କଳା ଅର୍ଥ ଉପାର୍ଜନ ହୋଇପାରିବ ସେଥିନେଇ ଆଲୋଚନା ହୋଇଥିଲା,ଯିଏ ସଂଘ କଥା ନମାନିବ ତାଙ୍କ କେନ୍ଦ୍ରରେ ଚଢ଼ାଉ କରାଯିବାର ଧମକ ଦିଆଯାଇଥିଲା, ସଂଘର ସଭାପତି କାଶିଆ ବାବୁ କୁଆଡେ ମାହାଙ୍ଗା ରାଜନୀତି ବଡ଼ପଣ୍ଡା ଙ୍କ ଡାହାଣ ହାତ ବୋଲି ସେଠାରେ କୁହାଯାଇଥିଲା, ପ୍ରତି ମାସରେ ଏହି ସଂଘ ମାଧ୍ୟମରେ ଦେଢ଼ ଲକ୍ଷ ଟଙ୍କା ଆଦାୟ କରାଯାଇ ରାଜନେତା ଙ୍କୁ ୫୦ ହଜାର, ଯୋଗାଣ ବିଭାଗ ୫୦ ହଜାର ଓ ଅନ୍ୟାନ୍ୟ ଚେଲା ଚାମୁଣ୍ଡାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ଦିଆଯାଉଛି ବୋଲି ସେଇ ବୈଠକରେ ଆଲୋଚନା ହୋଇଥିଲା, ଏହିଭଳି ଭାବରେ ମାହାଙ୍ଗା ରେ ବିଭିନ୍ନ ବେଆଇନ କାର୍ଯ୍ୟ କରାଯାଇ ଅର୍ଥ ଲୁଟ ହେଉଥିବା ଏବେ ମୁଖ୍ୟ ଚର୍ଚାର ବିଷୟ ହୋଇଛି, ଆମେ ଏ ସମ୍ପକରେ ବିଭାଗୀୟ ଉଚ୍ଚ କତୃପକ୍ଷ ଙ୍କୁ ଯୋଗାଯୋଗ କରିଥିଲୁ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ, ଖୁବ ଶୀଘ୍ର ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ମାହାଙ୍ଗା ଯାଇ ଖାଉଟି ସମଗ୍ରୀ ର ସଠିକ ବଣ୍ଟନ ହେଉଛି କି ନାହିଁ ତାହା ତଦାରଖ କରି ଅସାଧୁ ଡିଲରଂକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସୂଚନା ମିଳିଛି ,