ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର ) ଢେଙ୍କାନାଳ :- ଜିଲ୍ଲାରେ ୫୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୧୨ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୯ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଗନ୍ଦିଆ ବ୍ଲକର ସର୍ବାଧିକ ୧୫ ଜଣଙ୍କ ମଧ୍ୟରୁ ଗୋପାଳପୁରରୁ ୧୦,ସାନ ନାଗେନାରୁ ୨,ଦଣ୍ଡେଇବେରିଣି, ନୂଆପଡ଼ା ଓ ଯୋରନ୍ଦାରୁ ଜଣେ ଲେଖାଏଁ, ଢେଙ୍କାନାଳ ପୌରାଞ୍ଚଳର ୧୦ ଜଣଙ୍କ ମଧ୍ୟରୁ ଷ୍ଟେସନ ବଜାରରୁ ୩, ମୀନା ବଜାର, କାଞ୍ଚନ ବଜାର,କୁଞ୍ଜକାନ୍ତ,ଗୁଡିଆନାଳି,ଜୟଗୋପାଳ ସାହି,କୋରିଆଁ ଓ ଡି ଏଚ୍ ଏଚ୍ ରୁ ଜଣେ ଲେଖାଏଁ,ପରଜଙ୍ଗ ବ୍ଲକର କୁଟୁଣିଆରୁ ୭,ପାତ୍ରପଡାରୁ ୨, କାମାକ୍ଷାନଗର ଏନ୍ ଏ ସି ରୁ ୪, ବ୍ଲକର ଆଲୁଅଝରଣ, ନୂଆ ଭଇରପୁର ଓ ବିଜିଡିହିରୁ ଜଣେ ଲେଖାଏଁ,ସଦର ବ୍ଲକର ଗୋବିନ୍ଦପୁର,ସପ୍ତଶଯ୍ୟା ଓ ମଙ୍ଗଳପୁରରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ଭୁବନପୁରରୁ ୨ ଓ ହଳଦିଆ ବାହାଳରୁ ଜଣେ, ହିନ୍ଦୋଳ ବ୍ଲକ ନୂଆପାଣି ସାହି ଓ କାରନ୍ଦାରୁ ଜଣେ ଲେଖାଏଁ ଏବଂ ଭୁବନ ଏନ୍ ଏ ସି ରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାରେ ଆଜି ଆଉ ୪୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୭୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୧୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୩ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )