ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ନୀଳଗିରି :- ଗତ ୯ ତାରିଖ ଦିନ ନିଆଁରେ ପୋଡ଼ି ଅଢେଇ ବର୍ଷର ଶିଶୁ କନ୍ୟା ସହ ମା ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ । କିନ୍ତୁ ୧୭ ତାରିଖ ଦିନ ମାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ସ୍ୱାମୀ , ଶ୍ବଶୁର , ଶାଶୁ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଜାମୁନା ଅଞ୍ଚଳର ଅନ୍ତର୍ଯ୍ୟାମୀ କବାଟଙ୍କ ସ୍ତ୍ରୀ ପାର୍ବତୀ (୩୦) ଓ ତାଙ୍କ ଅଢେଇବର୍ଷର ଶିଶୁ କନ୍ୟାଙ୍କ ସହିତ ଗତ ୯ ତାରିଖରେ ପୋଡି ହୋଇ ଯାଇଥିଲେ ।
କିରୋସିନୀ ଜାର ଗଡିଯିବାରୁ ପାଖରେ ଥିବା ଚୁଲିରୁ ନିଆଁ ଉଠି ପୋଡିଯାଇଥିବା ଅନୁମାନ କରାଯାଉଥିଲା । ଉଭୟଙ୍କୁ ଗୁରୁତର ଭାବେ ଆମ୍ବୁଲାନ୍ସ ଯୋଗେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରୁ ଉଭୟଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ପରେ ପାର୍ବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । (ନିଉଜ୍ ଏଡିଟର ସ୍ବରୂପ ଦାସ)