ଓଡ଼ିଶା ତାଜା ନ୍ୟୁଜ (୨୦ ଅକ୍ଟୋବର ମଙ୍ଗଳବାର) ଆସିକା :- ସାମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆସିକାର ବିଭିନ୍ନ ତଳୁଆ ଅଞ୍ଚଳ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଗାମୀ ୧୯ ତାରିଖରୁ ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ପରେ, ତତ୍ପରତା ପ୍ରକାଶ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗତ କିଛିଦିନ ଧରି ଲଗାଣ ବର୍ଷାରେ ଆସିକା ଅଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଯିବା ସହ ବହୁ ଚାଷଜମିର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି । ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ବର୍ତମାନ ଜିଲ୍ଲା ପ୍ରଶାସନ ଚିନ୍ତାରେ ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସାହି ସାହି ବୁଲି ସତର୍କ ସୂଚନା ପ୍ରଦାନ କରିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ କୁହାଯାଇଛି । ସମ୍ଭାବ୍ୟ ବନ୍ୟାକୁ ଆଖିରେ ରଖି ଆସିକାକୁ ଗଞ୍ଜମ ଜିଲ୍ଲାପାଳଙ୍କ ବିଜୟ ଅମ୍ବୃତା କୁଲାଙ୍ଗେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ବିଡ଼ିଓ ରୋଶନ ଶତପଥୀ, ଆସିକା ତହସିଲଦାର ସଦାନନ୍ଦ ସେଠି, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସିକା କାର୍ଯ୍ୟ ନିର୍ବାହିଅଧିକାରି ଉପସ୍ଥିତ ରହି ଆସିକା ବ୍କକର ବିଭିନ୍ନ ସ୍ଥାନକୁ ଭ୍ରମଣ କରି ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । (ରିପୋର୍ଟ : ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ)