ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) କୋରାଇ :- ଓଡିଶା ବ୍ରାହ୍ମଣ ସମାଜ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଯାଜପୁର ଶାଖା ପକ୍ଷରୁ ରବିବାର କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ମା’ ହିଙ୍ଗୁଳାପୀଠରେ ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ବ୍ରାହ୍ମଣସମାଜର ରାଜ୍ୟକାର୍ଯ୍ୟକାରୀ ସଭାପତି ପଣ୍ଡିତ ସଞ୍ଜୟ ପାଢୀଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ମୁଖ୍ୟଆବାହକଭାବେ ଯାଜପୁର ଜିଲା କାର୍ଯ୍ୟକାରୀ ସଭାପତି ପଣ୍ଡିତ ଚର୍ତୁଭୂଜ ତ୍ରିପାଠୀ ଯୋଗଦେଇ ଜିଲାର ସମସ୍ତ ବ୍ରାହ୍ମଣ ସମାଜକୁ ଏକତ୍ରିକରଣ କରିବା ସହିତ ପ୍ରତି ପଂଚାୟତର ବ୍ରାହ୍ମଣମାନଙ୍କୁ ତୃଣମୂଳ ସ୍ତରରୁ ଏକତ୍ରିକରଣ କରାଇବା ନିମନ୍ତେ ସମସ୍ତ ମଣ୍ଡଳ ସମ୍ପାଦକମାନଙ୍କୁ ପରାମର୍ଶ ଦେଇଥିଲେ ।
ବ୍ରାହ୍ମଣ ସମାଜର ଜିଲା ସମ୍ପାଦକ ପଣ୍ଡିତ ପ୍ରଶାନ୍ତ ଦାଶଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଣ୍ଡା ଯୋଗଦେଇ ଗୋ-ସେବା ହିଁ ପରମ ସେବା; ତେଣୁ ଆମ୍ଭେ ସମସ୍ତେ ଗୋ-ସେବା କରିବା ଉଚିତ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମା’ ହିଙ୍ଗୁଳାଙ୍କ ପୂଜକ କମଳେନ୍ଦୁ ମିଶ୍ର, ଲକ୍ଷ୍ମୀନାରାୟଣ ପୀଠର ସେବାୟତ, କୋରାଇ ମଣ୍ଡଳ ସମ୍ପାଦକ ପଣ୍ଡିତ ସୁଶାନ୍ତ ପଣ୍ଡା, ରସୁଲପୁର ମଣ୍ଡଳ ସମ୍ପାଦକ ପଣ୍ଡିତ ଯଜ୍ଞଦତ ତ୍ରିପାଠୀ, ଧର୍ମଶାଳା ମଣ୍ଡଳ ସମ୍ପାଦକ ପଣ୍ଡିତ ପବିତ୍ର ତ୍ରିପାଠୀ,
ଦାନଗଦୀ ମଣ୍ଡଳ ସମ୍ପାଦକ ପଣ୍ଡିତ ଅବିନାଶ ମିଶ୍ର, ବଡଚଣା ମଣ୍ଡଳ ସମ୍ପାଦକ ପଣ୍ଡିତ ଅବିନାଶ ପଣ୍ଡା, ଜିଲା ସହ-ସମ୍ପାଦକ ଦେବୀ ପ୍ରସନ୍ନ ମିଶ୍ର ପ୍ରମୁଖ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ । ସଭା ଆରମ୍ଭରେ ଜିଲା ସମ୍ପାଦକ ପଣ୍ଡିତ ପ୍ରଶାନ୍ତ ଦାଶଶର୍ମା ଅତିଥି ପରିଚୟ କରାଇଥିବାବେଳେ ଶେଷରେ ରାଜ୍ୟ ଉପ-ସଚିବ ପଣ୍ଡିତ ପରମାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)