ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର ) ଢେଙ୍କାନାଳ :- ଜିଲ୍ଲାରେ ୫୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ହୋମ୍ କ୍ଵାରେଣ୍ଟାଇନ ରୁ ,୧୧ ଜଣ ଲୋକାଲ୍ କଣ୍ଟାକ୍ଟ୍ ଏବଂ ୧୫ ଜଣ କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ପରଜଙ୍ଗ ବ୍ଲକର ସର୍ବାଧିକ ୨୭ ଜଣଙ୍କ ମଧ୍ୟରୁ ଆମ୍ବପଳାସରୁ ୧୩, ପରଜଙ୍ଗରୁ ୫,ସରାଙ୍ଗରୁ ୪,କନ୍ତାରୁରୁ ୨,ଜାମୁନାଳି,ଦମାଳ ଓ ସାଆନ୍ଦାରୁ ଜଣେ ଲେଖାଏଁ, କାମାକ୍ଷାନଗର ଏନ୍ ଏ ସି ରୁ୧୨, ବ୍ଲକର ଗୋଡାସାହି,ଖୋକଷା ଓ ପଣ୍ଡୁଆରୁ ଜଣେ ଲେଖାଏଁ, ଢେଙ୍କାନାଳ ପୌରାଞ୍ଚଳର ଗୁଡିଆନାଳିରୁ ୨ ଓ ଢଙ୍କୁଣିଆ ସାହିରୁ ଜଣେ,ସଦର ବ୍ଲକ ଶଙ୍କରପୁର ଓ ନଡିଆଳିରୁ ଜଣେ ଲେଖାଏଁ, ଓଡ଼ାପଡ଼ା ବ୍ଲକର ଗୋବିନ୍ଦପ୍ରସାଦ ଓ ନାଧେରାରୁ ଜଣେ ଲେଖାଏଁ, ଭୁବନ ବ୍ଲକ ସାନ ବ୍ରହ୍ମପୁର ଓ ମାର୍ଥାପୁରରୁ ଜଣେ ଲେଖାଏଁ ଏବଂ ଗନ୍ଦିଆ ବ୍ଲକ ମହିମାଗାଦିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାରେ ଆଜି ଆଉ ୩୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୬୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୨୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୫ ଜଣ ଚିକିତ୍ସାଧୀନ ଥିବାବେଳେ ୧୩ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )