ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପୁରୀ :- ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି ।
ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ ।’ ତେବେ ସ୍ୱର୍ଗଦ୍ୱାରରେ ଜୁଲାଇ ମାସରୁ କଟକଣା ଲାଗିଥିଲା । (ନିଉଜ୍ ଏଡିଟର ସ୍ବରୂପ ଦାସ)