ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର’ରେ ଦୁର୍ଗତି ନାଶିନୀ ମାଁ ଦୁର୍ଗା’ଙ୍କ ବିଭିନ୍ନ ଶକ୍ତିପୀଠ ଓ ଦୁର୍ଗା ମଣ୍ଡପ ଗୁଡିକରେ ‘ନବରାତ୍ର ପୂଜା ଗତକାଲି ରାତ୍ର ଠାରୁ ଆରମ୍ଭ ହୋଇଯାଇଛି । କୋଭିଡ୍ କଟକଣା ଯୋଗୁଁ ପ୍ରଶାସନର ନିତି ନିୟମ ଅନୁଯାୟୀ ଭକ୍ତିପୁତ ପୂଜାର୍ଚ୍ଚନା ଓ ବିଧି ଅନୁଯାୟୀ ନବରାତ୍ର ପୁଜାରମ୍ଭ ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଛି । ପାରଳାଖେମୁଣ୍ଡି ସହର’ର ଶକ୍ତି ପିଠ,
ମା ଭବାନୀ , ମାଁ ମାଣିକେଶ୍ୱରୀ , ମାଁ ନିଳାମ୍ମା , ମାଁ ଦାଣ୍ଡୁମାରାମ୍ମା ଆଦି ଶକ୍ତି ପୀଠ ସହ ଖଞ୍ଜାସାହି ଦୁର୍ଗାପୁଜା ଏବଂ ବଡ ବ୍ରାହ୍ମଣସାହି ଦୁର୍ଗାପୂଜା ନବରାତ୍ର ପୂଜା ଗତକାଲି ରାତ୍ର ଠାରୁ ଆରମ୍ଭ ହୋଇଛି । ଏହି ପୂଜାପାଠ ଆଗାମୀ ଦଶହରା ଦିନ ପର୍ଯନ୍ତ ୯ରାତ୍ର ଧରି ଚାଲିବ ,ପ୍ରଶାସନର ନିର୍ଦ୍ଦେଶ ଓ କୋଭିଡ୍ ନିୟମ ଅନୁଯାୟୀ ମାଁଙ୍କ ପୂଜା ଆରମ୍ଭ ହୋଇଛି । ପୂଜାର ସମସ୍ତ ବିଧି ବିଧାନକୁ ଠିକ୍ ଭାବେ ପାଳନ କରାଯାଉଛି ।
କୋଭିଡ କଟକଣା ଯୋଗୁଁ ମଣ୍ଡପ ଓ ଶକ୍ତିପୀଠ ଗୁଡିକରେ ମେଢ ଓ ଆଲୋକ ମାଳା ଚଳିତ ବର୍ଷଆଉ କେଉଁଠାରେ ହେଲେମଧ୍ୟ ସଜ୍ଜିତ କରାଯାଇନି । କୋଭିଡ କଟକଣା ଓ ଆଗକୁ ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷା’ର ପ୍ରଭାବ’ର ମେଘୁଆ ପାଗ ଯୋଗୁଁ ଶକ୍ତିପୀଠ ଓ ମଣ୍ଡପ ଗୁଡିକରେ ଆଉ ଲୋକଗହଲି ଦେଖିବାକୁ ମିଳୁନି । (ଗଜପତି ଜିଲ୍ଲା ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ)