ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଆସିକା :- ଏମିତି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଆସିକା ବ୍ଲକ ମାମୁଡିହ ଗ୍ରାମ ର ହରିଜନ ସାହି ରେ | 62ବର୍ଷୀୟ ମରାଠୀ ନାଇକ ଙ୍କ କିଡ଼ନୀ ଦୁଇଟି ଖରାପ ହୋଇଯାଇଥିବା ଯୋଗୁଁ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରିବାରେ ଲାଗିଛନ୍ତି | ଗତ 6 ମାସ ତଳେ ଦେହ ଅସୁସ୍ଥ ହେବ ରୁ ସେ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସା କରାଇବା ପରେ ତାଙ୍କର ଦୁଇଗୋଟି କିଡ଼ନୀ ଖରାପ ହୋଇଛି ବୋଲି ରିପୋର୍ଟ ବାହାରିଥିଲା | ବର୍ତମାନ ଘର ର ଆର୍ଥିକ ପରିସ୍ଥିତି ଠିକ ନଥିବା ହେତୁ ବାରମ୍ବାର dialosis କରାଇ ନପାରି ଦିନ କୁ ଦିନ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଲାଣି | ଏଯାଏ ସରକାରୀ
ସ୍ତର ରେ କୌଣସି ସହାୟତା ପାଇ ନ ପାରି ଘର ର ସୁନାଗହଣା ବିକ୍ରି କରି ଏବ ବିଭିନ୍ନ ଲୋନ ସଂସ୍ଥା ଠାରୁ ଧାର କରଜ କରି ଯାହା ଟଙ୍କା ହୋଇଥିଲା ସେଥିରେ ବିଭିନ୍ନ ଜାଗା ରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ରେ କୌଣସି ଉନ୍ନତି ଦେଖାଯାଇ ନାହିଁ ବରଂ ଦିନ କୁ ଦିନ ତାର ଅବସ୍ଥା ବିଗିଡି ବାରେ ଲାଗିଛି | ଗରିବ ଲୋକଟିଏ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ ଯୋଜନା ହୋଇଥିଲେ ତାର ଛାଇ ମଧ୍ୟ ତାଙ୍କ ଉପରେ ପଡିନି ତେବେ ସ୍ଥାନୀୟ ପ୍ରଶାସନ ଏବଂ ସରକାରୀ ସ୍ତର ରେ ଯଦି ଏଭଳି ଏକ ସମ୍ବେଦନ ଶିଳ ପ୍ରସଙ୍ଗ ଉପରେ ଦୃଷ୍ଟି ଦିଆ ଯାଇ ଯଥା ଶୀଘ୍ର ତାଙ୍କର ଚିକିତ୍ସା ପାଇଁ କିଛି ସୁବିଧା ଏବଂ କିଛି ଆର୍ଥିକ ସହାୟତା କରାଯାଇ ପାରିଲେ ଏକ ନିରୀହ ଜୀବନ ବଂଚିଯାଇ ପାରିବ | (ରିପୋର୍ଟ: ଶେଷଦେବ ସାହୁ)














