ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ଲଘୁଚାପ ଆଣୁଛି ବଡ ବର୍ଷା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷଣରୁ ଉପକୂଳ ପ୍ରବଳ ବର୍ଷିବ। ଆସନ୍ତା ଆସନ୍ତାକାଲିଠୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ବର୍ଷା ଯୋଗୁଁ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଜଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ଆସୁଛି ବଡ଼ ବର୍ଷା । ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ । କେନ୍ଦ୍ରୀୟ ବଙ୍ଗୋପସଙ୍ଗରେ ଦାନା ବାନ୍ଧୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ହେବ । ଯଦିଓ ଚିତ୍ର ସ୍ପଷ୍ଟ ହେଇନାହିଁ, କିନ୍ତୁ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ରୁ ୨୩ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ଉପକୂଳ ଜିଲ୍ଲା ସହିତ ମୟୁରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୦ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହିତ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ମଧ୍ୟ ଜାରି ହୋଇଛି। ସେହିପିର ୨୧ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀ ଜିଲ୍ଲା ଏବଂ ୨୨ରୁ ୨୩ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ୩ ଦିନ ଧରି ଲଗାଣ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଚାଷୀ ।
ଚାଷ ଜମିରେ ପାଣି ଜମି ଏକର ଏକର ଫସଲ ନଷ୍ଟ ହୋଇଯାଇଛି । ଏବେ ପୁଣି ବର୍ଷା ଆଶଙ୍କା ଚାଷୀ ଛାନିଆ ହୋଇଯାଇଛନ୍ତି ।ସେପଟେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀକାଳିନ ବୈଠକରେ ସବୁ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସାମ୍ଭାବ୍ୟ ବର୍ଷାକୁ ନେଇ ଗଞ୍ଜାମ, ଗଜପତି, ମାଲକାନାଗିରି ଜିଲ୍ଲାରେ ଅଧିକ ଫୋକସ ରଖାଯାଇଛି। ୮ଟି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି। ବଂଶଧରା, ରୁଶିକୁଲ୍ୟା, ନାଗାବଳି ନଦୀରେ ଥିବା ଜଳଭଣ୍ଡାରର ଜଳ ସଂରକ୍ଷଣ ସ୍ତରକୁ ୮୦ ପ୍ରତିଶତରୁ କମାଯାଇ ୬୫ରୁ ୭୦ ପ୍ରତିଶତ ଭିତରେ ରଖାଯାଇଛି। ଯେଉଁଠି ଦୁର୍ବଳ ନଦୀବନ୍ଧ ଅଛି, ସେହି ସ୍ଥାନମାନଙ୍କରେ ବାଲିବସ୍ତା, ବାଉଁଶ ରଖାଯାଇଛି ।ତେଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ଜଳସମ୍ପଦ ବିଭାଗ କହିଛି । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି। ତେଣୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । (ନିଉଜ୍ ଏଡିଟର ସ୍ବରୂପ ଦାସ)