ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ପଦ୍ମପୁର :- ଦିନ କେତେଟା ପରେ ଧର ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମାଁ ଦୁର୍ଗା । ଏ ନେଇ ଚଳଚଞ୍ଚଳ ଗାଁ ଠାରୁ ସହର । କୋଭିଡି କଟକଣା ଯୋଗୁଁ ପୂଜା ମଣ୍ଡପ କୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟି ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁର ରେ ରାଜ ରାଜୁଡା ଅମଳରୁ ପଦ୍ମପୁର ରାଜ ବାଟିରେ ହୋଇ ଆସୁଛି ଜଗତ ଜନନୀ ମାଁ ଦୁର୍ଗାଙ୍କର ପୂଜା ।
ପ୍ରତି ବର୍ଷ ସମଗ୍ର ଅଂଚଳରୁ ଲୋକେ ଏହି ମଣ୍ଡପକୁ ଲୋକେ ପ୍ରତି ବର୍ଷ ଲକ୍ଷାଧିକ ସଂଖ୍ୟରେ ଯୋଗ ଦେଇଥାନ୍ତି ପୂଜା କରିବା ସହ ମାଁ ଙ୍କ ଆଶିର୍ବାଦ ଲାଭ ପାଇଁ । ଗଣତନ୍ତ୍ର ଭିତରେ ବି ପଦ୍ମପୁର ଦୁର୍ଗା ପୂଜାରେ ଦେଖିବାକୁ ମିଳେ ରାଜତନ୍ତ୍ରର ଝଲକ । ପ୍ରତି ବର୍ଷ ପଦ୍ମପୁର ରାଜ ବାଟିରେ ଦୁର୍ଗା ପୂଜା ସମୟରେ ବାହାରି ଥାଏ ଖଣ୍ଡା ଧୁଆ ପାଇଁ ରାଜାଙ୍କ ଅମଳର ହାତ ହତିଆର । ଏବଂ ଏହି ପରମ୍ପରା ସହ ଆରମ୍ଭ ହୋଇ ଥାଏ ଦୁର୍ଗା ପୂଜା । କେବଳ ଯେ ସେତିକି ନୁହେଁ ପଦ୍ମପୁର ର ଏକତା ର ପ୍ରତିକ ଏହି ସାର୍ବଜନୀନ ଦୁର୍ଗା ପୂଜା ।
ପଦ୍ମପୁର ରେ ଏହି ଗୋଟି ଏ ମଣ୍ଡପରେ ହିଁ ଦଶହରା ରେ ପୂଜା ପାଇଥାନ୍ତି ଦୁର୍ଗତୀ ନାଶିନି ମାଁ ଦୁର୍ଗା । ପୂଜାକୁ ଆଉ ଦିନ କେଇଟା ବାକି ଥିବା ବେଳେ କାରିଗର ଲାଗି ପଡିଛନ୍ତି ମାଁ ଙ୍କର ମ୍ରିୟମାଣ ମୁର୍ତି ନିର୍ମାଣ କାର୍ଯ୍ୟ ରେ । ସରକାରି ଗାଇଡଲାଇନ ଅନୁଯାୟି ପ୍ରତି ବର୍ଷ ପରି ଭବ୍ୟ ନ ହେଲେ ବି ନିୟମାନୁଯାୟି ମାଁ ଙ୍କ ପ୍ରତିମାକୁ ସଜାଇବା ପାଇଁ କାମ କରୁଛନ୍ତି କାରିଗର ।
ଅନ୍ୟପଟେ ପୂଜା କମିଟି ତରଫରୁ ମଧ୍ୟ ଦଶହରା ପୂଜାରେ ଯେମିତି ଆଇନ ଶୃଙ୍ଖଳା ବଜାୟ ରହିବ ଏବଂ କରୋନା କଟକଣା ଅନୁଯାୟି ଭକ୍ତଙ୍କୁ ପୂଜା ମଣ୍ଡପ କୁ ଅନୁମତି ଦିଆନଯିବ ସେ ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଅଛି । ଏ ବର୍ଷ କେବଳ ବିଧି ରକ୍ଷା ଅନୁଯାୟି ପାରମ୍ପାରିକ ରିତିନୀତି ପାଳନ ସହ ପୂଜା ହେବାକୁ ଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଉଅଛି । (ରିପୋର୍ଟ – ନିରୋଜ କୁମାର ପାଣୀ)