ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଢେଙ୍କାନାଳ :- ରାସୋଳ ଥାନା ବେଲବାହାଳି ନିକଟରେ ଆଜି ଅପରାହ୍ଣରେ ଏକ ଘରୋଇ ଆମ୍ବୁଲାନ୍ସ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ପ୍ରାୟ ସାଢ଼େ ୩ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି ।
ଏହି ସମୟରେ ବାଟରେ ଯାଉଥିବା ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜ ଗାଡ଼ିରେ ଆହତ ବାଳକକୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ଆଣିଥିଲେ। ମାକୁ ଅନ୍ୟ ଗାଡ଼ିରେ ପଠାଇବା ବ୍ୟବସ୍ଥା କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟ ଗୁରୁତର ମା ଓ ପୁଅଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଭାପୁର ପଟୁ ଅନୁଗୁଳ ଆଡ଼କୁ ଆମ୍ବୁଲାନ୍ସଟି ଯାଉଥିବା ବେଳେ ବିପରୀତ ଦିଗରୁ ଯାଉଥିବା ବାଇକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ସାଢ଼େ ତିନି ବର୍ଷର ପୁଅର ମେରୁଦଣ୍ଡ ଓ ଜଙ୍ଘ ହାଡ଼ ଭାଙ୍ଗିଯାଇଛି। ମୃତ ଓ ଆହତଙ୍କର ପରିଚୟ ମିଳି ପାରିନାହିଁ । (ଢେଙ୍କାନାଳ ଜିଲ୍ଲା ରିପୋର୍ଟ୍ ଅମର ରଞ୍ଜନ ଦାସ)