ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ଢେଙ୍କାନାଳ :- ଜିଲ୍ଲାରେ ଆଜି ୩୮ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ହୋମ୍ କ୍ଵାରେଣ୍ଟାଇନରେ ଥିବା ବେଳେ ୯ ଜଣ ଲୋକାଲ୍ କଣ୍ଟାକ୍ଟ୍ ଦ୍ଵାରା ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ କାମାକ୍ଷାନଗର ଏନ୍ ଏ ସି ରୁ ସର୍ବାଧିକ ୨୧ ଜଣ ଚିହ୍ନଟ ଥିବାବେଳେ ବ୍ଲକର ବାଲିପଡାରୁ୩, ଶିତଳବାସ, ଖୋକଷା, ଖଟଖୁରା ଓ କାଦୁଅରୁ ଜଣେ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକର କୁଟୁଣିଆ ଓ ରହଣିରୁ ୨ ଜଣ ଲେଖାଏଁ, ଓଡ଼ାପଡ଼ା ବ୍ଲକର ବଳରାମ ପ୍ରସାଦ ଓ ଭୁଷଣରୁ ଜଣେ ଲେଖାଏଁ, ସଦର ବ୍ଲକର ଖମାର,ଗନ୍ଦିଆ ବ୍ଲକର ଆମ୍ବବାହାଳୀ,ପରଜଙ୍ଗ ବ୍ଲକର ମେଣ୍ଢାପଡା ଏବଂ ଢେଙ୍କାନାଳ ସହର କାଞ୍ଚନ ବଜାର ଅଞ୍ଚଳରୁ ଜଣେ ଲେଖାଏଁ ବ୍ୟକ୍ତି କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।
ଜିଲ୍ଲାରେ ଆଜି ଆଉ ଜଣେ ମହିଳା କରୋନା ରୋଗରେ ମୃତ୍ୟୁବରଣ କରିଛନ୍ତି।ପୋରାଞ୍ଚଳ କୋରିଆଁ ଅଞ୍ଚଳର ୪୪ ବର୍ଷୀୟା ମହିଳା କଟକ ସ୍ଥିତ ଅଶ୍ଵିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।ତାଙ୍କ ମୃତ୍ୟୁକୁ ଷ୍ଟେଟ୍ ଡେଥ୍ ଅଡିଟ୍ ଟିମ୍ କରୋନା ଜନିତ ମୃତ୍ୟୁ ଭାବେ ଘୋଷଣା କରିଛନ୍ତି । ଜିଲ୍ଲାରେ ଆଜି ଆଉ ୬୦ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୪୬୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୨୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୮୦ ଜଣ ଚିକିତ୍ସାଧୀନ ଥିବାବେଳେ ୧୩ ଜଣ ମୃତ୍ୟୁବରଣ କରିଛନ୍ତିି । ( ରିପୋର୍ଟ / ଅମର ରଞ୍ଜନ ଦାସ )