ଓଡ଼ିଶା ତାଜା ନ୍ୟୁଜ ( ୧୭ ଅକ୍ଟୋବର ଶନିବାର) ପଦ୍ମପୁର :– ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ କଂସର ଗ୍ରାମ ପଞ୍ଚାୟତ ବନୁପାଲି ଗାଁରେ ତହସିଲ ଅଫିସର ରାଜ ଦୋହଲାଇ ଦେଇଛି ବନୁପାଲି ଗାଁରେ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ତା ୧୭ ୵ ୧୦ ୵ ୨୦ ଦିନ ପଦ୍ମପୁର ତହସିଲ କାର୍ଯ୍ୟାଳୟ କର୍ମଚାରୀ ମାନେ ବନୁପାଲି ଗ୍ରାମକୁ ଯାଇ ବାଲି ବୋଝେଇ ଟ୍ରାକ୍ଟର କୁ ଅଟକାଇ ଧମକ ଭାଷାରେ ପଚାରି ଥିଲେ କେଉଁ ଠିକ୍ ବାଲି ନେଉଛ । କୁଲି ମଞ୍ଜୁରିଆ କହିଥିଲେ କି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ବାଲି ନେଉଛୁ । ଏତିକି ଶୁଣିବା ମାତ୍ରେ କର୍ମଚାରୀ ମାନେ ଉକ୍ଷିପ୍ତ ହୋଇ ଗାଳିଗୁଲଜ ମଧ୍ୟ କରିଥିଲେ ।
କାହାକୁ ପଚାରି ଡାଲି ଆଣୁଛ ବୋଲି ଛଅ ହଜାର ଟଙ୍କାରେ ଗୋଟିଏ ଟ୍ରାକ୍ଟର କୁ ପଟାଇ ବଟି ସୂତ୍ରରେ ଆଦାୟ କରିଥିଲେ । ଯଦି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗାଡି ଗୁଡା ଛାଡୁଛି ପଦ୍ମପୁର ତହସିଲଦାର । ଗରିବ ନୀରିହ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ଆଣିଲେ ବାଲି ଧରୁଛି । ତା ହେଲେ ପ୍ରଶାସନ ପ୍ରଧାନମନ୍ତ୍ରୀ ଆବାସ ଗୃହ ବନ୍ଦ କରାଯିବ କି ? ଏହା ସାଧାରଣ ଜନତାଙ୍କ ପ୍ରଶ୍ନ । ବିନା ବାଲିରେ ଘର କରାଯାଇ ପାରେ କି ? ତହସିଲଦାର ମହୋଦୟା ଆପଣ ଲୁଚିକି ପାଣି ପିଇଲେ ବି ଆପଣ ଗଣ ମାଧ୍ୟମ ଦୃଷ୍ଟିରେ ଅଛନ୍ତି । ଜାଣି ଶୁଣି ହଇରାଣ ଲୋକଙ୍କୁ କରନ୍ତୁ ନାହିଁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।
(ରିପୋର୍ଟ – ନିରୋଜ କୁମାର ପାଣୀ)