ଓଡ଼ିଶା ତାଜା ନ୍ୟୁଜ (୧୭ ଅକ୍ଟୋବର ଶନିବାର ) ବାଲେଶ୍ୱର :- ଉପନିର୍ବାଚନ ପାଇଁ ସରଗରମ ବାଲେଶ୍ୱର ସଦର ରାଜନୀତି । ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ମାନସ ଦତ୍ତ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । ପ୍ରଚାରରେ ଭୋଟରଙ୍କୁ ଭୋଟ ଭିକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କ ମାଆ । ପୁଣି ବୈଠକ ପରେ ବୈଠକ କରି ଏବଂ ପଦ ଯାତ୍ରା କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଓ ସ୍ଥିର ଶାସନ ସହିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ l ଦତ୍ତଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି । ବାପା ମଦନ ମୋହନ ଦତ୍ତଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଭୋଟ ଭିକ୍ଷା କରୁଛନ୍ତି ମାନସ । ଆଜି ଉପନିର୍ବାଚନ ପାଇଁ ଯାଞ୍ଚ ହେବ ପ୍ରାର୍ଥୀ ପତ୍ର । ରବିବାର ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । (ଦୀପ୍ତିମାନ ପତି /ବାଲେଶ୍ୱର )















