• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ : କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ

Proprietor Abhimanyu Maharana by Proprietor Abhimanyu Maharana
November 16, 2026
in ଓଡ଼ିଶା, ଦେଶ, ମନୋରଞ୍ଜନ, ମହାନଗର, ହୋମ୍
0
Aparahna celebrates Delhi Utsav in Grandeur : Kishore Dwibedi Chosen National President
Share on FacebookShare on TwitterWhatsapp

ନୂଆଦିଲ୍ଲୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜଧାନୀ ଦିଲ୍ଲୀର ହାଉସ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରବିବାର ସାରା ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହକରେ ମହକି ଉଠିଥିଲା । ଦୈନିକ ‘ଅପରାହ୍ନ’ ସମ୍ବାଦପତ୍ର ,ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ତଥା ଅପରାହ୍ନ ଦିଲ୍ଲୀ ସାରସ୍ୱତ ସମ୍ଭାରର ମିଳିତ ଉଦ୍ୟମରେ ଆୟୋଜିତ ‘ଅପରାହ୍ନ ଦିଲ୍ଲୀ ଉତ୍ସବ-୨୦୨୬’ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୪୦ ଜଣ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ସାହିତ୍ୟିକ, କବି, ଗବେଷକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।

ସକାଳ ୧୦ଟାରେ ଡ. ଗଗନ ଚନ୍ଦ୍ର ଦେଙ୍କ ବେଦମନ୍ତ୍ର ଓ ଜଗନ୍ନାଥଙ୍କ ସ୍ତୋତ୍ର ପାଠ ପରେ ସାରସ୍ୱତ ମହୋତ୍ସବର ଉଦ୍ଘାଟନ ସହିତ କବିତା ପିଠୋତ୍ସବ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ଉଦ୍‌ବୋଧକ ଭାବେ ଡା. ଅନିତା ପଣ୍ଡା, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ବାବାଜୀ ଚରଣ ଦାସ ଓ ସଭାପତି ଭାବେ ଦିଲ୍ଲୀ ସଂଯୋଜକ ପ୍ରହ୍ଲାଦ ସାହୁ ମଞ୍ଚ ପରିଚାଳନା କରିଥିଲେ। କୋରାପୁଟ ଜିଲ୍ଲା ସଂଯୋଜିକା ଡ. ସବିତା ଶତପଥୀଙ୍କ ସଂଯୋଜନାରେ ପ୍ରାୟ ୩୦ ଜଣ କବି ଓ କବୀମାନେ ଦେଶର ବିବିଧ ସମସ୍ଯା ତଥା ବର୍ତ୍ତମାନ ସମାଜର ଜୀବନ୍ତ ଚିତ୍ର କବିତା ମାଧ୍ଯମରେ ଉପସ୍ଥାପନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ବରେଣ୍ୟ ଅତିଥି ଭାବେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ଡା. ଅନିତା ପଣ୍ଡା, ଡଃ ମନୋରଞ୍ଜନ ମହାନ୍ତି , ସମାଜସେବୀ ରବି ରାୟ , ଫରିଦାବାଦ ଜଗନ୍ନାଥ ମନ୍ଦିରର ସଭାପତି ନିତ୍ଯାନନ୍ଦ ରାଉତ ଏବଂ ସଭାପତି ଭାବେ ଅପରାହ୍ନ ସମ୍ପାଦକ ବଂଶୀଧର ଯେନା ଉପସ୍ଥିତ ଥିଲେ। ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆର ନିର୍ଦ୍ଦେଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସଙ୍କ ଜଗନ୍ନାଥ ଭଜନ ସଭାମଣ୍ଡପକୁ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା ।

ଏହି ମଞ୍ଜରେ ଅପରାହ୍ଣର ମୁଖ୍ଯ ବଂଶୀଧର ଜେନା କିଶୋର ଦ୍ବିବେଦୀଙ୍କୁ ଅପରାହ୍ ସାରସ୍ୱତ ସମ୍ଭାରର ଜାତୀୟ ଅଧ୍ଯକ୍ଷ ଭାବେ ଘୋଷଣା କରିବା ସହିତ ସମସ୍ତଙ୍କୁ ସାହିତ୍ଯ ମନସ୍କ ହେବା ସହ ସମାଜ ସଚେତନାରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ । ମୃତ୍ଯୁଞ୍ଜୟ ମହାପାତ୍ର କହିଥିଲେ ଯେ ସମସ୍ତେ ପ୍ରବାସୀ ଓଡ଼ିଆ ସଂଗଠନରେ ଯୋଗଦେଇ ଦେଶ ବିଦେଶରେ ଥିବା ଓଡ଼ିଆ ଭାଇମାନଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ଶ୍ରୀ ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ଦାୟିତ୍ବ ଗ୍ରହଣ କରିବା ସହିତ ଅପରାହ୍ନର କାର୍ଯ୍ୟକ୍ରମ ବିଦେଶକୁ ପରିବ୍ଯାପ୍ତ କରିବା ପାଇଁ ପ୍ରୟାସ କରିବେ ବୋଲି କହିଥିଲେ । ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ସଞ୍ଜୀବ ମହାନ୍ତି ଅପରାହ୍ନର ଉଦ୍ଯମକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ କଳା, ସାହିତ୍ୟ ଓ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ମନୋରଞ୍ଜନ ମହାନ୍ତି, ରବୀନ୍ଦ୍ର ନାଥ ପ୍ରଧାନ, ଡା. ଅନିତା ପଣ୍ଡା, ଡଃ ସତ୍ୟ ସୁନ୍ଦର ସାମନ୍ତ, କାବେରୀ ବେହେରା, ସଞ୍ଜୀବ କୁମାର ପଣ୍ଡା, ମୀନାକ୍ଷୀ ଦ୍ୱିବେଦୀ, ଅମରନାଥ ବାରିକ, ଉମାକାନ୍ତ ଦାସ, ଲିପ୍ସା ପଟ୍ଟନାୟକ ମହାନ୍ତି, ବାବାଜୀ ଚରଣ ଦାସ ଓ ବସନ୍ତ କୁମାର ପଣ୍ଡା , ରବି ରାୟ , ମୀନତୀ ପ୍ରଧାନ , ଶୁଭମ୍ ସାସ୍ବତ ପୁଷ୍ଟି ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ଦ୍ବାରା ପ୍ରକାଶିତ ଏକକାଳୀନ ୮ଟି ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବରେ ହୋଇଥିଲା। ସେଗୁଡ଼ିକ ହେଲା – ବାବାଜୀ ଚରଣ ଦାସଙ୍କ ‘ଓଡ଼ିଆ ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା’, ପ୍ରହ୍ଲାଦ ସାହୁଙ୍କ ‘ଶବ୍ଦ କୈବଲ୍ୟ ନିଧି’,

ମୀନାକ୍ଷୀ ଦ୍ୱିବେଦୀଙ୍କ ‘ଅକ୍ଷର ଅର୍ଚ୍ଚନା’, କଳ୍ପନା କୁମାରୀ ପ୍ରଧାନଙ୍କ ଉପନ୍ୟାସ ‘ବିଦଗ୍ଧାର ଲୁହ’, ଡଃ ଗଗନ ଚନ୍ଦ୍ର ଦେଙ୍କ ‘କବିତା କଲ୍ଲୋଳିନୀ’, ବିନୟ ସାମଲଙ୍କ ‘ପାର୍ବଣ ସୁରଭି’, ଶ୍ରୀକାନ୍ତ ମହାଳିକଙ୍କ ‘ଆମେ ଓ ଆମ ସମାଜ’ ଓ ସତ୍ୟ ସୁନ୍ଦର ସାମନ୍ତଙ୍କ ଇଂରାଜୀ କାବ୍ୟଗ୍ରନ୍ଥ ‘ଭଏସ୍ ଅଫ୍ ଆର୍ଥ/ଏନ୍‌ଭାୟରନ୍‌ମେଣ୍ଟ ଆଣ୍ଡ୍ ଟ୍ରାଇବ୍‌ସ’ “ଦିଲ୍ଲୀରେ ବସି ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖିବା ହିଁ ପ୍ରକୃତ ଓଡ଼ିଆ ଅସ୍ମିତା , ଓଡ଼ିଆ ସଂସ୍କୃତି , ପରମ୍ପରା , ସହିତ ସାହିତ୍ଯର ମନ୍ଦାକିନୀ ଧାରା ସମଗ୍ର ଜାତିର କଲ୍ଯାଣରେ ପ୍ରବାହିତ ହେଉ ବୋଲି ଉପସ୍ଥିତ ଅତିଥିମାନଙ୍କ ବକ୍ତବ୍ଯରେ ଗୁଞ୍ଜରଣ ହୋଇଥିଲା ।

ସଂଯୋଜକ ପ୍ରହ୍ଲାଦ ସାହୁ କହିଥିଲେ, “ପିଢ଼ିରୁ ପିଢ଼ିକୁ ଏହି ଧାରା ବହିଯାଉ – ଏହା ହିଁ ଆମର ଲକ୍ଷ୍ୟ ।” ଏହି ଉତ୍ସବରେ ମାଲକାନାଗିରିର ଦିଗମ୍ବର ବେହେରା , କୋରାପୁଟର ଡକ୍ଟର ସବିତା ଶତପଥୀ , ରାୟଗଡ଼ାର ଅଶ୍ବିନୀ ତ୍ରିପାଠୀ , ବଲାଙ୍ଗୀରରୁ କଣ୍ଡୁରୀ ଚରଣ ରାଉତ , କଟକର ରମେଶ ଚନ୍ଦ୍ର ନାୟକ , ଅନୁଗୋଳର ନିରଞ୍ଜନ ପତି , ଢେଙ୍କାନାଳର ରାମଚନ୍ଦ୍ର ମାହାଳିକ , କେନ୍ଦୁଝରର ସୁଜିତ କୂମାର ମିଶ୍ର , ପଶ୍ଚମବଙ୍ଗର ପ୍ରବାସୀ ଓଡ଼ିଆ ସଂଯୋଜକ ଡକ୍ଟର ଗଗନ ଚନ୍ଦ୍ର ଦେ ଏବଂ ବାଙ୍ଗାଲୋରର ମୀନତୀ ପ୍ରଧାନ ପ୍ରମୁଖ ସଂଯୋଜକ/ ସଂଯୋଜିକା ମାନଙ୍କୁ ଦିଲ୍ଲି ଅପରାହ୍ନ ସାରସ୍ୱତ ସମ୍ଭାର ତରଫରୁ ସୃଜନଶ୍ରୀ ସମ୍ମାନରେ ସମ୍ମାନିତ କରିଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗିଭି ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ

ଗିଭି ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ

November 17, 2026
ରାଜନେତା ଏକାଦଶ ଡିସିଏଲ୍ ଫୁଟବଲ୍ କପ୍ ଚମ୍ପିୟାନ

ରାଜନେତା ଏକାଦଶ ଡିସିଏଲ୍ ଫୁଟବଲ୍ କପ୍ ଚମ୍ପିୟାନ

November 17, 2026
Aparahna celebrates Delhi Utsav in Grandeur : Kishore Dwibedi Chosen National President

ଅପରାହ୍ନ ଦିଲ୍ଲୀ ଉତ୍ସବ ମହା ସମାରୋହ ରେ ପାଳନ : କିଶୋର ଦ୍ବିବେଦୀ ଜାତୀୟ ଅଧ୍ଯକ୍ଷ ମନୋନୀତ

November 16, 2026
Aparahna celebrates Delhi Utsav in Grandeur : Kishore Dwibedi Chosen National President

Aparahna celebrates Delhi Utsav in Grandeur : Kishore Dwibedi Chosen National President

November 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗିଭି ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ

ଗିଭି ବ୍ଲଡ ସେଭ୍ ଲାଇଫ ତରଫରୁ ଶିଶୁ ଦିବସ ପାଳିତ

November 17, 2026
ରାଜନେତା ଏକାଦଶ ଡିସିଏଲ୍ ଫୁଟବଲ୍ କପ୍ ଚମ୍ପିୟାନ

ରାଜନେତା ଏକାଦଶ ଡିସିଏଲ୍ ଫୁଟବଲ୍ କପ୍ ଚମ୍ପିୟାନ

November 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version