• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ନେଇ, ଜିଲ୍ଲା ପରିଷଦର ଭିଡିଓ କନଫରେନ୍ସିଂ ବୈଠକ

Proprietor Abhimanyu Maharana by Proprietor Abhimanyu Maharana
October 16, 2020
in Uncategorized, ଓଡ଼ିଶା, ହୋମ୍
0
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ନେଇ, ଜିଲ୍ଲା ପରିଷଦର ଭିଡିଓ କନଫରେନ୍ସିଂ ବୈଠକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶୁକ୍ରବାର )  ଛତ୍ରପୁର :-  ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲା ପରିଷଦ ଗଞ୍ଜାମର ବୈଠକ ବହୁଦିନ ପରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସକାଶେ ସମସ୍ତ ସଭ୍ୟ ସଭ୍ୟା ମାନଙ୍କର ମତାମତ ଲୋଡାଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଭଲ ହୋଇଥିବା ଯୋଗୁଁ ଭାରତ ସରକାରଙ୍କ ଦ୍ବାରା ପ୍ରଶଂସା ଭାଜନ ହୋଇପାରିଥିଲା । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୨୫୦ ଜନସଂଖ୍ୟା ଏବଂ ତଦୁର୍ଦ୍ଧ୍ବ ବିଶିଷ୍ଟ ଅନୁମୋଦିତ ଗ୍ରାମକୁ ସଂଯୋଗ କରାଯାଇଥିବା ସ୍ଥଳେ ଦ୍ବିତୀୟ ପର୍ଯ୍ୟାୟରେ ସମସ୍ତ ଜିଲ୍ଲାରେ ୩୧୩,୯୯୪ କିଲୋମିଟର ଅପଗ୍ରେଡେସନ୍ ରାସ୍ତା ନିଆଯାଇଛି । କିନ୍ତୁ ବର୍ତ୍ତମାନ ଏନ୍.ଆର୍.ଆଇ.ଡି.ଏ. ଗାଇଡଲାଇନ୍ ଅନୁଯାୟୀ ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମ୍ୟ ମୁଖ୍ୟ ରାସ୍ତା ଯଥା-ଥ୍ରୋ ରୁଟ୍ (ଟି.ଆର୍) ଏବଂ ମେଜର ରୁରାଲ ଲିଙ୍କ (ଏମ୍.ଆର୍.ଏଲ୍) ର ଉନ୍ନତି କରଣ ଏବଂ ସମ୍ପ୍ରସାରଣ ପାଇଁ କାର୍ଯ୍ୟ ହେବ ।

ଏହି ତୃତୀୟ ପର୍ଯ୍ୟାୟ କାର୍ଯ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ ପାଇଁ ଉଦ୍ଦିଷ୍ଟ ସଂସ୍ଥା/ଅନୁଷ୍ଠାନ ଗୁଡିକୁ ପ୍ରାଧାନ୍ୟ ଦିଆଯିବ । ଏଥିରେ କୃଷି ଭିତ୍ତିକ ଗ୍ରାମ୍ୟ ବଜାର / ସାପ୍ତାହିକ ହିଟ, ଶିକ୍ଷାନୁଷ୍ଠାନ (ଉଚ୍ଚ ବିଦ୍ୟାଳୟରେ, ମହାବିଦ୍ୟାଳୟରେ, ଶିଳ୍ପ ତାଲିମ ଅନୁଷ୍ଠାନ) ସ୍ବାସ୍ଥ୍ୟ କେନ୍ଦ୍ର(ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ) ର ସଂଯୋଗକରଣ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ୍ୟ ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା/ଅନୁଷ୍ଠାନ ଯଥା- ମୁଖ୍ୟ ବଜାର, ସ୍ବାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ବସ୍ ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟ ଇତ୍ୟାଦିକୁ ସଂଯୋଗ କରିବାପାଇଁ ଆବଶ୍ୟକ ପଡୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିବ । ପ୍ରତି ବ୍ଲକ୍ ପାଇଁ ୩୦ କି.ମି. ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଧାର୍ଯ୍ୟ ରହିବ । ଯେଉଁ ରାସ୍ତାର ଅଧିକ ବ୍ୟବହାର ଯୋଗ୍ୟ ସେହି ରାସ୍ତାକୁ ପ୍ରଥମେ ଅଗ୍ରାଧିକାରଭିତ୍ତିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ଅନୁମୋଦନ ପାଇ କାର୍ଯ୍ୟ ହେବ ।

ଏଥି ସକାଶେ ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କୁ ଜିଲ୍ଲାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ସକାଶେ ଏକ ତାଲିକା ପ୍ରଦାନ କରାଯାଇଅଛି । ସଦସ୍ୟ ମାନଙ୍କର ଆବଶ୍ୟକତା ଅନୁଯାୟୀ ସେମାନେ ନିଜ ନିଜ ଅଞ୍ଚଳର କେଉଁ ରାସ୍ତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ ସେହି ସମ୍ପର୍କରେ ଜନ ପ୍ରତିନିଧି ମାନଙ୍କର ମତାମତ ଲୋଡାଯାଇଥିଲା । ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଚିକିଟି ବିଧାୟିକା ଉଷାଦେବୀ, ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ପ୍ରମୁଖ ଭିଡିଓ କନଫରେନ୍ସିଂରେ ଯୋଗଦାନ କରି ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରି ଆଉ ସାତ ଦିନ ସମୟ ଚାହିଁଥିଲେ । ଯଦ୍ବାରା ସେମାନେ ଆବଶ୍ୟକତାକୁ ପ୍ରାଥମିକତା ଦେଇ ତାଲିକା ପ୍ରଦାନ କରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଜଣାଇଥିଲେଯେ, ଯେଉଁଠି କାମ ନିମ୍ନମାନର ହେବ ସେହିଠାରେ ସଂପୃକ୍ତ ଅଧିକାରୀଙ୍କୁ ସିଧାସଳଖ ଦାୟୀ କରାଯିବ । ଏଣୁ ଉକ୍ତ କାମ ଗୁଡିକ ଯେମିତି ଉନ୍ନତ ଧରଣର ହେବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ . ।

ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉନ୍ନତମାନର କାମ ହେଲେ ଜିଲ୍ଲାର ସୁନାମ ହେବ ଓ ଗ୍ରାମାଞ୍ଚଳରେ ଗମନା ଗମନ ସୁବିଧା ହେବ । ଯଦ୍ବାରା ଜିଲ୍ଲାବାସୀ ଉପକୃତ ହୋଇପାରିବେ . । ବାଚସ୍ପତି, ମନ୍ତ୍ରୀ, ବିଧାୟକ ଓ ବିଧାୟିକାଗଣ ଜିଲ୍ଲାର କୋଭିଡ୍-୧୯ ପରିଚାଳନାରେ ଯେଉଁ ସବୁ କାର୍ଯ୍ୟ ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଥିଲା ସେଥିସକାଶେ ଭୂୟସୀ ପ୍ରଶଂସା କରି ଗଞ୍ଜାମ ଜିଲ୍ଲା ସମଗ୍ର ଭାରତ ବର୍ଷରେ ସୁନାମ ଆଣିପାରିଛି ବୋଲି ମତାମତ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ ଜଣାଇଥିଲେଯେ, ବାଚସ୍ପତି, ମନ୍ତ୍ରୀ,ବିଧାୟକ,ବିଧାୟିକା, ସମସ୍ତ ସଦସ୍ୟସଦସ୍ୟାଗଣ ଭିଡିଓ କନଫରେନ୍ସିଂରେ ଯୋଗଦେଇ ମତାମତ ଉପସ୍ଥାପନ କରିଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କୋଭିଡ୍ ସକାଶେ ସଚେତନତାକୁ ଗୁରୁତ୍ବ ଦେବାକୁ ଜଣାଇଥିଲେ । ସମସ୍ତ ବିଧାୟିକା ଓ ବିଧାୟକ ଗଣ ନିଜନିଜ ଅଞ୍ଚଳର କେଉଁ ରାସ୍ତା ମରାମତି ନିର୍ମାଣ କରାଯାଉ ସେଗୁଡିକ ଜଣାଇଥିଲେ ।ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତଙ୍କ ପରାମର୍ଶ ଓ ମତାମତକୁ ସ୍ବାଗତ ଜଣାଇଥିଲେ । ଯଥାଶୀଘ୍ର ମତାମତ ଗୁଡିକ ଉପସ୍ଥାପନ କରାଗଲେ କାର୍ଯ୍ୟଗୁଡିକ ଆରମ୍ଭ କରାଯିବ ବୋଲି ଜଣାଇଥିଲେ . ।

କରୋନା ଭୟାବହତା ସମୟରେ ମଧ୍ୟ ଜିଲ୍ଲାରେ ନରେଗାରେ ଏକ କୋଟି ୧୮ ଲକ୍ଷରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ । କରୋନାରେ ସମସ୍ତ ଜନ ପ୍ରତନିଧି ଯେଉଁଭଳି ଭାବେ ସହଯୋଗ କରିଥିଲେ ତେଣୁକରି ଜିଲ୍ଲାରୁ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହେଲା ବୋଲି କହି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଜି ଦିନରେ ୧୮ ଗୋଟି ପଜିଟିଭ୍ ଥିବା ପ୍ରକାଶ କରିଥିଲେ ।ବୈଠକରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଖୁବ୍ କମ୍ ସମୟ ମଧ୍ୟରେ ଆଗତ କରାଯାଇଥିବା ଏହି ଭିଡିଓ କନଫରେନ୍ସିଂରେ ସମସ୍ତେ ଯୋଗଦାନ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀକ୍ଷଣ ଯନ୍ତ୍ରୀ ରାମକୃଷ୍ଣ ମହାରଣା, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version